fbpx

୫ ବର୍ଷରେ କମିବ ୧୦% ଗରିବୀ: ୨୫ ତମ ପ୍ରତିଷ୍ଠା ଦିବସରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ । ୨୫ ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି,  ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏହା ସମ୍ଭବ ହୋଇପାରିଛି । ସାଢ଼େ ଚାରିକୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ସାଜିଛି ବିଜେଡି । ଏହି ସଫଳତା ପଛରେ ଅଛନ୍ତି ପ୍ରତ୍ୟେକ ଓଡ଼ିଶାବାସୀ । ସଶକ୍ତ, ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖିଥିବା ଓଡ଼ିଶାବାସୀ ଅଛନ୍ତି । ସମସ୍ତଙ୍କୁ ସାଥୀରେ ନେଇ ବିଜେଡି ଓଡ଼ିଶାବାସୀଙ୍କ ସେବା କରିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଓଡ଼ିଶାରେ ଆଗାମୀ ୫ ବର୍ଷରେ ଗରିବୀ ୧୦% ହ୍ରାସ କରିବୁ । ଗରିବୀ କମ୍ କରିବାରେ ଆମ ରାଗ୍ୟ ସାରା ଦେଶରେ ଆଗରେ । ଓଡ଼ିଶାରେ ଗରିବୀ ୬୩% ରୁ ୨୯% କୁ ହ୍ରାସ ପାଇଛି । ବିଜେଡି ଦେଶର ଏକମାତ୍ର ଦଳ ଯାହାର ଲୋକପ୍ରିୟତା ବଢ଼ିଚାଲିଛି । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଜାତିସଂଘଠୁ ଆରମ୍ଭ କରି ନୀତି ଆୟୋଗ ଯାଏଁ ପ୍ରଶଂସା କରିଛନ୍ତି । ପୂର୍ବରୁ ଖାଦ୍ୟ ପାଇଁ ନିର୍ଭର କରୁଥିଲୁ, ଏବେ ସେହି ସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ୩ ନମ୍ବରରେ ଅଛି । କରୋନା ସମୟରେ ସବୁଠାରୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଏକ ବିପ୍ଲବ ଆଣିଛି । ୫-ଟି ସ୍କୁଲ ଟ୍ରାନଫର୍ମେସନ ପିଲାଙ୍କ ମଧ୍ୟରେ ନୂଆ ଆଶା ଆଣିଛି । ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ । ଆମ କାମ ପାଇଁ ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ଦାୟୀ ।

Get real time updates directly on you device, subscribe now.