fbpx

ଆଜି ମାଲକାନଗିରି ଠାରେ ଜିଲ୍ଲା ବିଜେଡି ପକ୍ଷରୁ ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

Advertisement

ମାଲକାନଗିରି ତା:-26/12/2020 ଆଜି ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ କୋଭିଡ ନିୟମକୁ ପାଳନ କରି ପାଳୁଛି ଜିଲ୍ଲା ବିଜେଡି । ଆଜି ଦିନ ସାଢେ ଏଗାରଟା ବେଳେ ମାଲକାନଗିରି ସ୍ଥିତ ନଗର ଭବନ ଠାରେ ଦଳୀୟ ସାଧାରଣ ସଭା ଅନୁଷ୍ଠିତର ହେବାର ଦେଖିବାକୁ ମିଳିଥିଲା l

ଆଜିର ଦିନରେ ପ୍ରଥମେ ଜିଲ୍ଲା ବିଜେଡି ଦଳର ସମସ୍ତ କର୍ମୀ ଭୈରବ ମନ୍ଦିର ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ସଭାପତିତ୍ୱରେ ଦୁର୍ଗା ତ୍ରିପାଠୀ ଦଳର ଶୁଭମନାସୀ ଜିଲ୍ଲାବାସୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ପ୍ରଥମେ ମା ଙ୍କ ପାଖରେ ନଡ଼ିଆ ଭାଙ୍ଗି ଶୁଭ।ରମ୍ଭା କରି ଦଳୀୟ ଯୁବକ ମାନଙ୍କ ଦ୍ୱାରା ଏକ ମୋଟରସାଇକେଲ ରାଲି ବାହାରି ସହର ପରିକ୍ରମା କରଥିଲେ। ରାଲି ର ମୁଖ୍ୟ ଉଦ୍ଦେଶ୍ୟ, ବିଗତ ୨୪ ବର୍ଷ ଧରି କିଭଳି ବିଜୁ ଜନତା ଦଳ ସମସ୍ତଙ୍କ ସହ ଭଲ ରେ ମନ୍ଦରେ ରହି ଆସିଛି ସେଥି ପ୍ରତି ସମସ୍ତଙ୍କୁ ସଚେତନା ର ବାର୍ତ୍ତା ନେଇ ଆଗକୁ ବଢିଥିଲା ଏହି ରାଲି lଏହି ରାଲି ମାଧ୍ୟମ ରେ ଜିଲ୍ଲା ର ପ୍ରାୟ ସମସ୍ତ ୱାର୍ଡରେ ସଚେତନର ବାର୍ତ୍ତା ପହଞ୍ଚେଇବା ପାଇଁ ଅଂଟାଭିଡ଼ି ଥିଲେ ସମସ୍ତ ବିଯୁଜନତା ଯୁବ କର୍ମୀ ମାନେ l
ରାଲିର ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀଙ୍କ ସମେତ ,ବରିଷ୍ଠ ନେତା ତଥା ଦଳର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ସାଧାରଣ ସମ୍ପାଦକ ଗୋପାଳ ପଣ୍ଡା ,ରାଜବନ୍ତ କୌର ,ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ,ପ୍ରଭାକର ପ୍ରଧାନ ,ଯୁବ ସଭାପତି ଆଡ଼ମା ରାବାଙ୍କ ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତିଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃମଣ୍ଡଳୀ ,ଯୁବ ଛାତ୍ର ନେତୃ ମଣ୍ଡଳୀ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ l ସମସ୍ତଙ୍କ ଦ୍ୱାରା ସେହି ମହାନ ଆତ୍ମାର ସଦଗତି ନିମନ୍ତେ କିଛି ସମୟ ନିରବ ପାର୍ଥନା କରିଥିଲେ l ଶେଷରେ ନଗରଭବନ ଠାରେ ସମସ୍ତ କର୍ମୀ ଏକତ୍ରିତ ହୋଇ ବିଜୁଜନତା ଦଳର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ l
ମାଲକାନଗିରି ଜିଲ୍ଲା ବିଜେଡି ର ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ ବକ। ମାଥିଲି ଠାରେ ଆଉଏକ ପ୍ରତିଷ୍ଠା ଦିବସର କାର୍ଯ୍ୟକ୍ରମରେ ରହିଥିବାରୁ ଏଠାରେ କାର୍ଯ୍ୟକାରୀ ସଭାପତିଙ୍କ ଦ୍ୱାରା ପରିଚାଳି ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜବନ୍ତ କୌର , ଗୌର ଚନ୍ଦ୍ର ସୁଗ୍ରୀ ସୁବାଷ ବାନାର୍ଜୀ ,ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ରବିନାରାୟଣ ପାତ୍ର, ପ୍ରତାପ ଚନ୍ଦ୍ର ସାହୁ, ଭବାନୀ ଶଙ୍କର ମିଶ୍ର, କୋଷାଦକ୍ଷ ମନୋଜ ବାରିକ ,ଉପଦେଷ୍ଟା ମୁକୁନ୍ଦ ସୋଡି, ପ୍ରକାଶ ଚନ୍ଦ୍ର ପଟନାୟକ, କେଶବ ଚନ୍ଦ୍ର ନାୟକ, ଭିଲ ରାଓ,ସଂପାଦକ ଏସ ପ୍ରଭା,ଦାଶରଥି ବେହେରା, ସରୋଜ କୁମାର ସାହୁ, ସୁସେନ ବୋଷ,ବରିଷ୍ଠ ନେତା ,ଯୁବ ସଭାପତି ଆଡ଼ମା ରାବାଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃମଣ୍ଡଳୀ ,ଯୁବ ଛାତ୍ର ନେତୃ ମଣ୍ଡଳୀ ଯୋଗ ଦେଇଥିଲେ ।ମଞ୍ଚ ପରିଚାଳନା ଉପେଦେଷ୍ଟା ରାଜେନ୍ଦ୍ର ପଣ୍ଡା କରିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି ସମସ୍ତ କାର୍ଯ୍ୟ କ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ।
ଦଳକୁ ଆଗାମୀ ଦିନ ମାନଙ୍କରେ କିଭଳି ସୁଦୃଢ କରାଯାଇ ପାରିବ ଏବଂ ଜିଲ୍ଲା ର ଉନ୍ନତି କ୍ଷେତ୍ରରେ କିଭଳି ବିଜେଡି କାର୍ଯ୍ୟ କରିବ ତାହାର ଏକ ରଣନୀତି ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି l

ଦଳର ସମସ୍ତ କର୍ମୀ ନିଜନିଜ ଦାଇତ୍ୱ ଭାର କୁ କିଭଳି ଭାବେ ନିଜ ସାଥିରେ ବୋହି ଜନତାଙ୍କ ଏବଂ ନିଜ ଦଳ ପାଇଁ କାର୍ଯ୍ୟ କରିବେ ସେଥିପ୍ରତି ସମସ୍ତଙ୍କୁ ଅବଗତ କରାଇଥିଲେ l ଏହା ସହ ଏହି ସଭା ରେ ଜିଲ୍ଲା ବିଜୁ ଯୁବଜନତା ଦଳ ସଭାପତି ଅଡ଼ମା ରାବା, ଉପସଭାପତି କାନକେଶ୍ୱର ପଟଲା, ମୁନିସିପାଲିଟି ବିଜୁ ଯୁବଜନତା ଦଳ ସଭାପତି ରାଜୀବ ଲୋଚନ ସୀସା, ମୁନିସିପାଲିଟି ବିଜୁ ଯୁବଜନତା ଦଳ ଉପସଭାପତି ମିଲନ ସରକାର, ମୁନିସିପାଲିଟି ବିଜୁ ଛାତ୍ର ଜନତା ଦଳ ସଭାପତି ଏ.ରାଜୁଙ୍କ ସହ ସୁକେଶ ସୁନା, ସତୀଶ ଗୌଡ଼, ସି.ଏଚ. ପ୍ରକାଶ କୁମାର, ଏମ. ରାହୁଲ ରାଓ, ବିଭୁତି ଭୂଷଣ, ସମୀର ବାଘ ଯୋଗଦେଇ ଏହି ସଭାକାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଥିଲେ l ଏହି ଅବସରରେ ଜିଲ୍ଲା ଓକିଲ ସଂଘର ବିଜୟ ମହାନ୍ତିଙ୍କ ସହ କିଛି ଓକିଲ ମଧ୍ୟ ଯୋଗ ଦେଇଥିଲେ।

Get real time updates directly on you device, subscribe now.