ଓଡ଼ିଆ ଅସ୍ମିତା ପାଇଁ ବିଜେଡି ହାରିଲା: ଦେବାଶିଷ
ହୋଟେଲରେ ବୈଠକରେ ଚାଲିଥିବା ବେଳେ ଏପଟେ ବିସ୍ଫୋରକ ବୟାନ ରଖିଛନ୍ତି ଦେବାଶିଷ ସାମନ୍ତରାୟ। ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ରଖିଛନ୍ତି ପ୍ରତିକ୍ରିୟା।
ଭୁବନେଶ୍ୱର: ବିଜେଡିର ଦଳୀୟ କନ୍ଦଳକୁ ନେଇ ହୋଟେଲରେ ବୈଠକରେ ଚାଲିଥିବା ବେଳେ ଏପଟେ ବିସ୍ଫୋରକ ବୟାନ ରଖିଛନ୍ତି ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ରଖିଛନ୍ତି ପ୍ରତିକ୍ରିୟା ।
ଓଡ଼ିଆ ଅସ୍ମିତା ପାଇଁ ବିଜେଡି ହାରିଲା ଲେଖି ପୋଷ୍ଟ କରିଛନ୍ତି ଦେବାଶିଷ । ଲେଖିଛନ୍ତି ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ।
ବିଜେଡିରେ ଯୋଗଦେଇ ପଦ ପାଇଥିବା କିଛି ନୂତନ ନେତାଙ୍କୁ ଟ୍ୱିଟ କରି କଟାକ୍ଷ କରିଛନ୍ତି ଦେବାଶିଷ । ଏହା ସହ ଲେଖିଛନ୍ତି ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି, ନା ନବୀନ ବାବୁଙ୍କ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି ।
ସେମାନେ ଆଉ କାହାର ଇଶାରାରେ ପରିଚାଳିତ । ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ । ନା ସେମାନେ ଦଳର ନା ଓଡ଼ିଶାର, ନା ନବୀନ ପଟ୍ଟନାୟକଙ୍କର ।
#ମୋନେତା_ନବୀନବାବୁ #NaveenPatnaik #BijuJantaDal #Odisha pic.twitter.com/VY79UTCTuf
— Debashish Samantaray (@debashish_mla) April 9, 2025