ବିଧାନସଭାରେ ଏପରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କଲେ ବିଜେଡି ବିଧାୟକ, ସମସ୍ତେ ଚକିତ…

ଭୁବନେଶ୍ୱର: ରାଜ୍ୟରେ ସରକାର ପରିବର୍ତନ ପରଠାରୁ ନୂଆ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କ ବିଭିନ ମନ୍ତବ୍ୟ ଏବଂ କାର୍ଯ୍ୟକଳାପକୁ ନେଇ ବିଜୁ ଜନତା ଦଳର ନେତାମାନେ ପ୍ରଶ୍ନ ଉଠାଇବା ସହିତ ଅନେକ ସମାଲୋଚନା କରିଛନ୍ତି। ତେବେ ଶନିବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭସାଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିଜେଡି ବିଧାୟକଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଶୁଣି ସମତେ ଚକିତ ହୋଇଯାଇଛନ୍ତି।

ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ଅବସରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇନଥିଲେ। ଏମିତିକି କି କେବିକେ ଯୋଜନାରେ କେନ୍ଦ୍ର ସରକାର ସରକାର ଆର୍ଥିକ ଆର୍ଥିକ ସହାୟତା ବନ୍ଦ କରିଦେଇଥିବାରୁ ସେ ନିଜର ଅସନ୍ତୋଷ ପ୍ରକାଶ ପ୍ରକାଶ କରିଥିଲେ।

ଆଦିବାସୀମାନେ ସରଳ, ନିଷ୍କପଟ। ଆମ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବି ଆଦିବାସୀ ସମ୍ପ୍ରଦାୟର। ସେ ବେଶ ସରଳ ଓ ଅମାୟିକ। ଆଦିବାସୀଙ୍କ ମନରେ କିଛି ନଥାଏ । ମୁଖ୍ୟମନ୍ତ୍ରୀଙ୍କ ମନରେ ବି କିଛି କିଛି ନଥାଏ। ସେ ଯାହା ଭାବନ୍ତି, ତାହା କହିଦିଅନ୍ତି । କିଛିଦିନ ତଳେ ତାଙ୍କୁ ଗୋଟିଏ ଗୋରୀ ଝିଅକୁ ବିବାହ କରିବାକୁ ଇଛା ଥିବା ଭାଷଣରେ କହି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ନେଇ ଅନେକ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରିଥିଲେ। ମୁଖ୍ୟମନ୍ତ୍ରୀ ଜଣେ ଭଲ ଲୋକ । ଛଳନା ଜାଣନ୍ତିନି। ତାଙ୍କୁ ଏଭଳି ଟ୍ରୋଲ ନ କରିବାକୁ ସେ ଗୃହରେ ସମସ୍ତଙ୍କୁ ନିବେଦନ କରିଥିଲେ। ପ୍ରସନ୍ନଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଶୁଣି ଗୁଣି ଶାସକଦଳର ବିଧାୟକ ବିଧାୟକ ବ୍ଳକ ଓ ମନ୍ତ୍ରୀମାନେ ଚକିତ ହୋଇଯାଇଥିଲେ।