fbpx

ଡ୍ରାମା କରୁଛି ବିଜେପି: ବିଜେଡି

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସମ୍ବଲପୁରରେ ବିଜେପିର ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ଡ୍ରାମା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯେ, ‘ରାଜ୍ୟରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ସୁରୁଖୁରୁରେ ଧାନ ସଂଗ୍ରହ ଚାଲିଛି । ବିଜେଡି ଚାଷୀଙ୍କ ସହିତ ରହିଛି, ରହିବ । ଚାଷୀଙ୍କ ସବୁ ଧାନ ଗୋଟି ଗୋଟି ସଂଗ୍ରହ ହେବ ।’

କିନ୍ତୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିବାରୁ ଦଲାଲିଙ୍କ ପାଇଁ ଓକିଲାତି କରୁଛି ବିଜେପି । ଦିଲ୍ଲୀ ଆନ୍ଦୋଳନରୁ ନଜର ହଟାଇବା ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.