ହରିବଂଶଙ୍କୁ ବିଜେଡିର ସମର୍ଥନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୯: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ନୀତୀଶ କୁମାର । ପୂର୍ବରୁ ଫୋନରେ ମଧ୍ୟ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଥିଲେ । ତେବେ ଜେଡିୟୁର ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ଅନ୍ୟପଟେ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଆରଜେଡିର ସାଂସଦ ମନୋଜ ଝା ।

Get real time updates directly on you device, subscribe now.