fbpx

ରାଜ୍ୟ ବିଜେପି ପଦାଧିକାରୀ ଓ କାର୍ଯ୍ୟକାରିଣୀ ତାଲିକା ଘୋଷିତ

୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ନିଯୁକ୍ତ ୯ ସମ୍ପାଦକ, ୧୦ ମୁଖପାତ୍ରଙ୍କୁ ବି ଦାୟିତ୍ୱ

ଭୁବନେଶ୍ୱର ,୧୧/୬(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟ ବିଜେପି ତାର ସାଂଗଠନିକ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦାୟିତ୍ୱ ନେବାର ୫ମାସ ପରେ ତାଙ୍କ ଟିମ୍ ଘୋଷଣା କରିଥିବା ବେଳେ ରାଜ୍ୟ ବିଜେପିର ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଭାବେ ନୂଆ ମୁହଁକୁ ସ୍ଥାନ ମିଳିଛି । ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେପି ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇଛି ।

ଏହି ଟିମ୍‌ରେ ୧୦ ଜଣ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି । ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି । ଉପସଭାପତି ହେଲେ ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢେ଼ଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶି ଓରାମ, ଭୃଗୁ ବକ୍ସିପାତ୍ର, ଅନୀତା ପଟ୍ଟନାୟକ ଓ ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡ଼ାଙ୍କୁ ବି ଉପସଭାପତି ଦାୟିତ୍ୱ ଦିଆଯାଇଛି ।

ସେହିଭଳି ୪ ସାଧାରଣ ସମ୍ପାଦକ ଟିମ୍‌ରେ ରହିଛନ୍ତି, ପୂର୍ବପରି ସାଧାରଣ ସଂପାଦକ ରହିଲେ ପୃଥ୍ୱୀରାଜ ହରିଚନ୍ଦନ । ମୁଖପାତ୍ରରୁ ସାଧାରଣ ସମ୍ପାଦକ ହେଲେ ଗୋଲକ ମହାପାତ୍ର । ସେହିଭଳି ସମ୍ପାଦିକାରୁ ସାଧାରଣ ସମ୍ପାଦିକା ହେଲେ ଲେଖାଶ୍ରୀ ସାମନ୍ତସିଂହାର । ପୂର୍ବତନ ବିଧାୟକ ରବି ନାୟକଙ୍କୁ ମଧ୍ୟ ସାଧାରଣ ସଂପାଦକ ଦାୟିତ୍ୱ ମିଳିଛି । ସେହିଭଳି ପୂର୍ବପରି ସାଧାରଣ ସଂପାଦକ (ସଂଗଠନ) ରହିଲେ ମାନସ ମହାନ୍ତି । ୧୦ ଜଣଙ୍କୁ ରାଜ୍ୟ ବିଜେପିର ମୁଖପାତ୍ର ଦାୟିତ୍ୱ ମିଳିଛି । ସେମାନେ ହେଲେ ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ମୁଖପାତ୍ର ଦାୟିତ୍ୱ ମିଳିଛି ।

ସମ୍ପାଦକ ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ ସଂପାଦିକା ଦାୟିତ୍ୱ । ବଦଳିଲେ ୬ ମୋର୍ଚ୍ଚାର ସଭାପତି ସେହିପରି ରାଜ୍ୟ ବିଜେପିର ୬ ମୋର୍ଚ୍ଚାର ସଭାପତି ବଦଳିଛନ୍ତି । ଇରାଶିଷ ଆଚାର୍ଯ୍ୟ ହେଲେ ଯୁବମୋର୍ଚ୍ଚା ସଭାପତି । ସ୍ମୃତି ପଟ୍ଟନାୟକ ହେଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ କୃଷକ ମୋର୍ଚ୍ଚା ଦାୟିତ୍ୱ ମିଳିଥିବା ବେଳେ ସାଂସଦ ବିଶେଶ୍ୱର ଟୁଡୁ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଦାୟିତ୍ୱ ମିଳିଛି । ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହୋଇଥିବା ବେଳେ ସିକନ୍ଦର ଅଲ୍ଲୀ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.