fbpx

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ୨ ପର୍ଯ୍ୟବେକ୍ଷଙ୍କ ନାମ ଘୋଷଣା କଲା ବିଜେପି

Advertisement

ନୂଆଦିଲ୍ଲୀ: କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ସହ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରାଯାଇଛି । ଏହାପରେ ଆସନ୍ତା ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଆଜି ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ଦୁଇ ନେତା ଆଜି ବିଜେପିର ବିଧାୟକ ଦଳ ନେତାଙ୍କୁ ଚୟନ କରିବେ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି ।

ତେବେ ଏହା ମଧ୍ୟରେ ଆସିଛି ଆଉ ଏକ ବଡ଼ ଖବର । ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ୨ ଜଣ ପର୍ଯ୍ୟବେକ୍ଷଙ୍କ ନାମ ଘୋଷଣା କରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସାଂସଦ ରବିଶଙ୍କର ପ୍ରସାଦ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହି ଦୁଇନେତା ଅରୁଣାଚଳ ପ୍ରଦେଶର ବିଧାୟକଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବେ । ସୂଚନାଯୋଗ୍ୟ ଯେ, ରାଜ୍ୟର ମୋଟ ୬୦ଟି ଆସନ ମଧ୍ୟରୁ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୪୬ଟି ଆସନରେ ଜିତି ବହୁମତ ହାସଲ କରିଥିଲା । ଦଳ ପୂର୍ବରୁ ୧୦ଟି ଆସନରେ ନିଦ୍ୱର୍ନ୍ଦ୍ୱରେ ବିଜୟ ହାସଲ କରିନେଇଥିଲା । ସେଥିପାଇଁ କେବଳ ୫୦ଟି ଆସନରେ ଭୋଟ ହୋଇଥିଲା । ରାଜ୍ୟରେ ବିଜେପି ଓ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)ମଧ୍ୟରେ ମେଣ୍ଟ ହୋଇଛି । ଏନପିପି ୫ଟି ଆସନରେ ଜିତିଥିବା ବେଳେ ଏନଡିଏ ନିକଟରେ ୫୧ଟି ଆସନ ରହିଛି ।

Get real time updates directly on you device, subscribe now.