fbpx

ବିଜେପି ମିଛ କହି କ୍ଷମତାକୁ ଆସିଛି: ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଜନତାଙ୍କ ହୃଦୟ ଜିତି ପାରିବେନି- ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରିବା ପରେ ନବୀନ ପଟ୍ଟନାୟକଙ୍କ ବିଜେଡି ୨୦୨୪ ବିଧାନସଭା ନିର୍ବାଚନରେ ପ୍ରଥମ ଥର କ୍ଷମତାଚ୍ୟୁତ ହୋଇଥିଲା । ଅନ୍ୟପକ୍ଷରେ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ନିର୍ବାଚନରେ ବିଜେପି ୭୮ଟି ଆସନ ପାଇଥିବା ବେଳେ ବିଜେଡି ୫୧ଟି ଆସନରେ ଅଟକି ଯାଇଥିଲା । ବିଜେଡିର ଏହି ଅପ୍ରତ୍ୟାଶିତ ପରାଜୟକୁ ଆଜି ବି କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ।

ତେବେ ଏହା ମଧ୍ୟରେ ଆଜି ପଦଯାତ୍ରା ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି, ବିଜେପି ଜନସାଧାରଣଙ୍କୁ ମିଛ କହି କ୍ଷମତାକୁ ଆସିଛି । କୌଣସି ଦଳ ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବନି । ଆମେ ଲୋକଙ୍କ ହୃଦୟରେ ରହିଛି । ନିର୍ବାଚନରେ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି । ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବେନି । ବିଜେପି ସରକାରକୁ ଆସିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱା)ର ନାମ ପରିବର୍ତ୍ତନ କରିଦେଇଛି । ସତ କ’ଣ ଜନସାଧାରଣ ସବୁ ଜାଣିଛନ୍ତି ।

ବିଜେପି ସରକାର ଅମଳରେ ଲୋକମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ବିଜେପି ନାମ ଓ ରଙ୍ଗ ବଦଳାଇ ଦେଇପାରେ, ମାତ୍ର ଇତିହାସ କଦାପି ବଦାଇ ପାରିବନି । ଲୋକଙ୍କ ୩ ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା ଦେବାକୁ ବିଜେପି କହିଥିଲା । ଏଥିସହିତ ମା’ମାନଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି କହିଥିଲେ । ଏହି ବେନିଫିଟ୍ କେତେଜଣ ପାଇଲେଣି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏଇ ସରକାର ଉପରେ ଲୋକଙ୍କର ଭରସା ନାହିଁ । ମିଛ କ’ଣ ତାହା ଲୋକମାନେ ଜାଣିସାରିଲେଣି ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.