fbpx

ବଡ଼ ଅଘଟଣ: ବିଜେପିର ଜଣେ ଲୋକସଭା ପ୍ରାର୍ଥୀଙ୍କ ପରଲୋକ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ପରଲୋକ ଘଟିଛି । ଉତ୍ତରପ୍ରଦେଶର ମୁରାଦାବାଦ ଲୋକସଭା ଆସନ ପାଇଁ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏହି ଆସନରୁ ବିଜେପି ପ୍ରାର୍ଥୀ କୁଅଁରଙ୍କ ଦେହାନ୍ତ ହୋଇ ଯାଇଛି । ବିଜିନେସମ୍ୟାନ କୁଅଁର ୟୁପିର ଜଣେ ବାହୁବଳୀ ନେତା ଭାବେ ବେଶ୍ ଜଣାଶୁଣା । ସେ ଠାକୁର ଜାତିର ନେତା ଅଟନ୍ତି । ମୁରାଦାବାଦ ଲୋକସଭା ଆସନ ଅଧିନରେ ଆସୁଥିବା ବଢ଼ାପୁର ବିଧାନସଭା ଆସନରୁ ତାଙ୍କର ପୁତ୍ର କୁଅଁର ସୁଶାନ୍ତ ସିଂହ ବିଧାୟକ ଅଛନ୍ତି । ୨୦୧୪ରେ କାଣ୍ଠ ବିଧାନସଭା କ୍ଷେତ୍ରରେ ହୋଇଥିବା ଲାଉଡସ୍ପିକର ବିବାଦକୁ ନେଇ ସର୍ବେଶ ବେଶ୍ ଚର୍ଚ୍ଚାକୁ ଆସିଥିଲେ ।

Get real time updates directly on you device, subscribe now.