ନବ ଦାସ ହତ୍ୟା ମାମଲାରେ ପୂର୍ବର ତଦନ୍ତ ପ୍ରକ୍ରିୟାକୁ କାଠଗଡ଼ାକୁ ଟାଣିଲେ ଜୟନାରାୟଣ, କହିଲେ ଏହା ପଛରେ ବଡ଼ ମୁଣ୍ଡ ଅଛନ୍ତି
ନବ ଦାସ ହତ୍ୟା ମାମଲା । ପ୍ରକୃତ ତଦନ୍ତ ହେଲେ ମୁଣ୍ଡ କଟିବ ବୋଲି କହିଲେ ନୟନାରାୟଣ ।
ଭୁବନେଶ୍ବର: ନବ ହତ୍ୟା ମାମଲାରେ ପୂର୍ବ ତଦନ୍ତକୁ ଟାର୍ଗେଟ୍ କଲେ ଜୟନାରାୟଣ ମିଶ୍ର । ନବ ଦାସ ହତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ରହିଛନ୍ତି । ସେମାନେ ତଦନ୍ତ ଠିକ ଭାବେ କରାଇ ଦେବା ପାଇଁ ଚାହୁଁନାହାନ୍ତି ।
ସେଥିପାଇଁ ତଦନ୍ତକୁ ଦିଗହରା କରିବାରେ ଚାହୁଁଛନ୍ତି । କାରଣ ସେମାନେ ଜାଣିଛନ୍ତି ତଦନ୍ତ ଠିକ୍ ହେଲେ ସେମାନଙ୍କର ମୁଣ୍ଡ କଟିବ । ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟନାରାୟଣ ମିଶ୍ର ।
ଅନ୍ୟପଟେ ଅରୁଣ ବୋଥ୍ରାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଜୟନାରାୟଣ । ଅରୁଣ ବୋଥ୍ରା ଡ୍ରାମା କରିଥିଲେ । ସରକାର ସ୍ପଷ୍ଟତାର ସହିତ ଆସି ତଦନ୍ତକୁ ଆଉ ଆଗକୁ ନେବା କଥା ବୋଲି ଜୟ ନାରାୟଣ କହିଛନ୍ତି ।
ତେବେ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରି ଜୟନାରାୟଣ ଆହୁରି ମଧ୍ୟ କହିଛନ୍ତି ଯେ, ଲାଟ୍ରିନ ଭିତରୁ କାଗଜ ବାହାରିବା ଘଟଣା ସମ୍ପୁର୍ଣ୍ଣ ରୂପେ ଡ୍ରାମା । ଏସବୁ ବେକାର କଥା କେବଳ ଡ୍ରାମା କରାଯାଉଛି । ରୋଷେୟା ମୃତ୍ୟୁ ମାମଲା ପ୍ରସଙ୍ଗକୁ ନେଇ ତଦନ୍ତ ହେବା କଥା ।