ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ ବିଧାୟିକା । ସବୁଜ ପତାକା ଦେଖାଇବା ସମୟରେ ଖସିଗଲା ଗୋଡ । ଟ୍ରାକକୁ ଗଡି ପଡିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ତେବେ ସେହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଗଳି ପଡିଥିବା ବିଧାୟିକା ହେଉଛନ୍ତି ସରିତା ଭଦୌରିଆ । ସେ ଇଟାର ବିଜେପି ବିଧାୟିକା ରହିଛନ୍ତି । ତେବେ ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଟ୍ରେନକୁ ଅଟକାଇ ବିଧାୟିକାଙ୍କ ଜୀବନ ବଞ୍ଚାଇଛନ୍ତି ।
ସୂଚନା ଅନୁସାରେ, ଆଗ୍ରା-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ସରିତା ଯୋଗ ଦେଇଥିବା ବେଳେ ଟ୍ରାକକୁ ଖସି ପଡିଥିଲେ । ସୋମବାର ସନ୍ଧ୍ୟାରେ ଏହି ଘଟଣା ଦେଖିବାକୁ ମିଳିଛି । ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ପାଇଁ ସମସ୍ତେ ଏକାଠି ହୋଇଥିଲେ । ଯେତେବେ ଟ୍ରେନ ଚାଳକ ହନ୍ ବଜାଇ ଆଗକୁ ବଢିବା ନେଇ ସଙ୍କେତ ଦେଲେ, ସେତେବେଳେ ବିଧାୟିକା ପତାକା ଦେଖାଇବା ପାଇଁ ଆଗକୁ ଆସିଥିଲେ । ହେଲେ ଏହି ସମୟରେ ଅନ୍ୟମନସ୍କ କାରଣରୁ ହଠାତ୍ ଟ୍ରାକକୁ ଖସି ପଡିଥିଲେ । ତେବେ ବିଧାୟିକା ଟ୍ରାକରେ ପଡିବା ପରେ ହଙ୍ଗାମା ଦେଖାଯାଇଥିଲା । ଲୋକମାନେ ପାଇଲଟକୁ ଇଶାରା ଦେଇ ଟ୍ରେନକୁ ରୋକିଥିଲେ । ତେବେ ଲୋକେ ବିଧାୟିକାଙ୍କୁ ଉଠାଇ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କର ବିଶେଷ କ୍ଷତି ହୋଇନଥିବା ବେଳେ ସେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ନେଇ ଚର୍ଚ୍ଚା ହେଉଛି ।
Etawah, UP: The flag-off ceremony for the Agra-Varanasi Vande Bharat Express faced chaos due to heavy rush, and BJP’s Etawah Sadar MLA, Sarita Bhadoria, fell in front of the train pic.twitter.com/p10CfbDIF0
— IANS (@ians_india) September 16, 2024