ମଦ୍ୟପଙ୍କ ସହିତ ବଚସା ପରେ ବିଧାୟକଙ୍କୁ ଗୁଳି ମାଡ଼, ରାତ୍ରୀ ଭୋଜନ ପରେ ସ୍ତ୍ରୀ ସହିତ ବାହାରିଥିଲେ ଓ୍ବାକିଂ

ରାତ୍ରୀଭୋଜନ ପରେ ଓ୍ବାକିଂରେ ବାହାରିଥିଲେ ବିଧାୟକ ସୌରଭ ସିଂ । ବିଧାୟକଙ୍କୁ ଗୁଳି କଲେ ବିଧାୟକ । 3 ଗିରଫ ।

ନୂଆଦିଲ୍ଲୀ: ମରୁମରୁ ବଞ୍ଚିଗଲେ ବିଜେପି ବିଧାୟକ । ଉତ୍ତରପ୍ରଦେଶରେ ଜଣେ ବିଜେପି ବିଧାୟକଙ୍କ ଉପରକୁ ଗୁଳିମାଡ଼ ହୋଇଛି ଏବଂ ବିଧାୟକଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉକ୍ତ ବିଧାୟକଙ୍କ ନାମ ସୌରଭ ସିଂ ହୋଇଥିବା ବେଳେ ଲକ୍ଷ୍ମୀପୁର ଖେରୀର ଶିବ କଲୋନୀରେ ଏହି ଅଭାବନୀୟ ଘଟଣା ହୋଇଛି ।

ନୂଆ ବର୍ଷର ପ୍ରଥମ ଦିନ ରାତିରେ ତାଙ୍କ ପତ୍ନୀଙ୍କ ସହ ରାତ୍ରୀ ଭୋଜନ କରିବା ପରେ ଓ୍ବାକିଂରେ ଯାଇଥିଲେ, ଏହି ସମୟରେ ତାଙ୍କ ଉପରକୁ ଫାୟାରିଂ ହୋଇଥିଲା । ଯେତେବେଳେ ବିଜେପି ବିଧାୟକ ଘର ନିକଟରେ ବୁଲୁଥିଲେ, ସେତେବେଳେ ଦୁଇ ଜଣ ଲୋକ ବାହାରେ ମଦ୍ୟପାନ କରୁଥିଲେ। ଯେତେବେଳେ ବିଜେପି ବିଧାୟକ ଏଥିରେ ବାଧା ସୃଷ୍ଟି କରିଥିଲେ ସେତେବେଳେ ଦୁର୍ବୃତ୍ତମାନେ ରାଗିଯାଇ ତାଙ୍କ ଉପରକୁ ଗୁଳିମାଡ କରିଥିଲେ ।

ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବିଜେପି ବିଧାୟକଙ୍କ ଉପରେ ଆକ୍ରମଣ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ଏବଂ ଅତିରିକ୍ତ ଏସପି ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଉଥିବା ନେଇ ବିଧାୟକଜଣକ ଅଭିଯୋଗ କରିଛନ୍ତି । ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏଭଳି ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଧାୟକ ଦାବି କରିଛନ୍ତି ।