fbpx
BSKY SKY
BSKY SKY

BJP ସାଂସଦ ହରଦ୍ୱାର ଦୁବେଙ୍କ ପରଲୋକ: ଶୋକ ପ୍ରକାଶ କଲେ CM ଯୋଗୀ

BSKY

ନୂଆଦିଲ୍ଲୀ: ରାଜନୈତିକ ଜଗତରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ବିଜେପିର ଜଣେ ବରିଷ୍ଠ ନେତା ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟସଭା ସାଂସଦ ହରଦ୍ୱାର ଦୁବେ ୭୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ହରଦ୍ୱାରା ଉତ୍ତରପ୍ରଦେଶର ଆଗ୍ରାର ଛାବନୀ ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ତାଙ୍କର ଅଚାନକ ବିୟୋଗ ପରେ ଆଗ୍ରା ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦିଲ୍ଲୀର ଏକ ହସ୍ପିଟାଲରେ ହରଦ୍ୱାର ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ଖରାପ ସ୍ୱାସ୍ଥ୍ୟ କାରଣରୁ ହରଦ୍ୱାର ଗତ କିଛିଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ହରଦ୍ୱାରଙ୍କ ମୃତ୍ୟୁ ନେଇ ତାଙ୍କର ପୁତ୍ର ପ୍ରାଂଶୁ ଦୁବେ ସୂଚନା ଦେଇଛନ୍ତି । ହରଦ୍ୱାରଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟସଭା ସାଂସଦ, ୟୁପିର ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁରେ ଯୋଗ୍ୟ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଏଥିସହିତ ପ୍ରଭୁ ଶ୍ରୀରାମ ହରଦ୍ୱାରଙ୍କ ଶୋକାକୁଳ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ବୋଲି ଯୋଗୀ କାମନା କରିଛନ୍ତି ।

ଶ୍ରୀ ଦୁବେ ଆଗ୍ରାର ଛାବନୀ ବିଧାନସଭା କ୍ଷେତ୍ରରୁ ଦୁଇଥର ବିଧାୟକ ରହିଥିବା ବେଳେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅମଳରେ ଅର୍ଥ ମନ୍ତ୍ରୀ ରହିଥିଲେ । ଗତ ୨୦୨୦ରେ ବିଜେପି ହରଦ୍ୱାରଙ୍କୁ ରାଜ୍ୟସଭା ପଠାଇଥିଲା । ୟୁପିରେ ବ୍ରାହ୍ମଣ ଭୋଟ ହାତେଇବା କ୍ଷେତ୍ରରେ ଶ୍ରୀ ଦୁବେଙ୍କର ପ୍ରମୁଖ ଭୂମିକା ରହିଥିଲା । ଏଥିସହିତ ସୀତାପୁର ଓ ଅଯୋଧ୍ୟା ସମେତ କିଛି ଜିଲ୍ଲାରେ ସେ ସଂଘର ପ୍ରଚାରକ ମଧ୍ୟ ରହିଥିଲେ । ସେ ୟୁପିର ସଂଗଠନରେ ବହୁ ପଦରେ ରହିଥିଲେ । ହରଦ୍ୱାରଙ୍କ ମୃତ୍ୟୁ ଖବର ପାଇ ବିଜେପି ସହିତ ବିଭିନ୍ନ ଦଳର ବହୁ ରାଜନେତାମାନେ ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.