fbpx

ଗଡସେଙ୍କୁ ଦେଶଭକ୍ତ କହିଲେ ପ୍ରଜ୍ଞା ଠାକୁର, ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ,୨୭ ।୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଆଜି ଗୃହରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଛନ୍ତି । ସଂସଦରେ ଏସପିଜି ବିଲ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଏପରି ବିବାଦୀୟ ବୟାନ ଦେଇଥିଲେ ପ୍ରଜ୍ଞା । ଏହା ପରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଥିଲା ।

ତେବେ ଆଜି ଲୋକସଭାରେ ଏସପିଜି ସଂଶୋଧନ ବିଲ୍ ଉପରେ ଡିଏମକେ ସାଂସଦ ଏ ରାଜା ନିଜର ରାୟ ରଖୁଥିଲେ । ଏହି ସମୟରେ ରାଜା ଗଡସେଙ୍କ ଏକ ବୟାନ ଉପରେ ଚର୍ଚ୍ଚା କରିଥିଲେ, ଯେଉଁଥିରେ ସେ ମହାତ୍ମା ଗାନ୍ଧୀଙ୍କୁ କଣ ପାଇଁ ହତ୍ୟା କରିଥିଲେ ବୋଲି କହିଥିଲେ । ଏହି ସମୟରେ ପ୍ରଜ୍ଞା ଠାକୁର ରାଜାଙ୍କୁ କହିଥିଲେ ଯେ, ‘ଆପଣ ଜଣେ ଦେଶଭକ୍ତଙ୍କ ଉଦାହରଣ ଦେଇ ପାରିବେ ନାହିଁ ।’

ପ୍ରଜ୍ଞାଙ୍କ ଏହି ବିବାଦୀୟ ବୟାନ ପରେ ଲୋକସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହି ବୟାନକୁ ନେଇ ପ୍ରଜ୍ଞାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଜେପି ପ୍ରବକ୍ତା ଜୀବୀଏଲ ନରସିହ୍ମା ରାୟ କହିଛନ୍ତି ।

Get real time updates directly on you device, subscribe now.