fbpx

ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ସମୀର ମହାନ୍ତି

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ସମୀର ମହାନ୍ତି । ବିହାୟୀ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ଦାୟିତ୍ୱ ନେଇଛନ୍ତି ସମୀର । ଗତକାଲି ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ସମୀର ମହାନ୍ତି । ସହମତି ଭିତ୍ତିରେ ସମୀର ହୋଇଥିଲେ ରାଜ୍ୟ ବିଜେପି ସଭାପତି । ୨୦୧୬ରୁ ରାଜ୍ୟ ବିଜେପି ଉପସଭାପତି ଥିଲେ ସମୀର ମହାନ୍ତି । ଏବିଭିପିରୁ ଛାତ୍ର ରାଜନୀତିରେ ଲଢ଼ି ବିଜେପିରେ ମିଶିଥିଲେ ସମୀର ମହାନ୍ତି । ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ।

Get real time updates directly on you device, subscribe now.