Big Breaking: ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା, ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ପୁରୀ ଅଘଟଣ ଯୋଗୁଁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ।

ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।

ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରାଯାଇଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା ନେଇ ପ୍ରତାପ ଷଡଙ୍ଗୀ କହିଛନ୍ତି ।

ତେବେ ପୁଣିଥରେ କେବେ ନିର୍ବାଚନ ହେବ ସେନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରାଯାଇ ନାହିଁ । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ଆଲୋଚନା କରି ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ପ୍ରତାଷ ଷଡ଼ଙ୍ଗୀଙ୍କ କହିବା ଅନୁସାରେ, ଗତ କାଲି ପୁରୀଠାରେ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି, ଯେଉଁଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ଅନେକ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତାହତଙ୍କ ଶେଷକୃତ୍ୟ ହୋଇନାହିଁ । ଏଭଳି ଅଭାବନୀୟ ଘଟଣା ଆମ ସମସ୍ତଙ୍କୁ ମର୍ମାହତ କରିବା ସହିତ ବିଚଳିତ କରିଛି । ମୃତାହତ ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ ।

ତେବେ ବିଜେପି ସାଙ୍ଗଠନିକ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କାଲି 11ଟାରୁ 2 ଟା ଯାଏଁ ନାମାଙ୍କନ ଦାଖଲ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା ।

ତେବେ ପ୍ରକାଶଥାଉକି, ଆଜି ଭୋର ସମୟରେ ଶରଧାବାଲିରେ ପ୍ରବଳ ଗହଳି ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଭକ୍ତ ଆହତ ମଧ୍ୟ ହୋଇଥିଲେ ।

ଏହି ଘଟଣା ଆଜି ରାଜ୍ୟ ନୁହେଁ ବରଂ ଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କ୍ଷମା ମାଗିଥିଲେ ।