fbpx

ଡରାଉଛି ବ୍ଲାକ ଫଙ୍ଗସ୍

ନୂଆଦିଲ୍ଲୀ, ୧୨/୦୫: ଦେଶରେ କରୋନାକୁ ନେଇ ଚିନ୍ତା ଜାରି ଥିବାବେଳେ ଏବେ ପୁଣି ବ୍ଲାକ ଫଙ୍ଗସ୍, ବେଡି ଉପରେ କୋରଡା ସଦୃଶ ଭଳି ମନେ ହେଉଛି । ବ୍ଲାକ ଫଙ୍ଗସ ଯୋଗୁଁ ଅନେକ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । କରୋନା ଲକ୍ଷଣ ଥିବା ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସର ଲକ୍ଷଣ ଦେଖାଦେଉଛି । ଏହା ଦ୍ୱାରା ଆକ୍ରାନ୍ତ ଥିବା ୫୦ ପ୍ରତିଶଶତ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି । ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଗୁଜୁରାଟ, ଏସବୁ ରାଜ୍ୟଗୁଡିକ ବ୍ଲାକ ଫଙ୍ଗସ୍ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି । ମହାରାଷ୍ଟ୍ରରେ ୨ ହଜାରରୁ ଉଦ୍ଧ୍ୱର୍ ମାମଲା ଘଟଣା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାର ମୁକାବିଲା କରିବା କ୍ଷେତ୍ରରେ ସେଠାରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ବ୍ଲାକ୍ ଫଙ୍ଗସ୍ କରୋନା ଆକ୍ରାନ୍ତଙ୍କ ପାଇଁ ମାରାତ୍ମକ ହୋଇଥିବା ବେଳେ ଦେହ ଦରଜ, ଜର ଆସିବା,  ଆଖି ଓ ନାକ ଦରଜ ଆଦି  ଏହାର ଲକ୍ଷଣ ।

Get real time updates directly on you device, subscribe now.