fbpx

ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

AAKASH

ଓଡ଼ିଶା ଭାସ୍କର: ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିଛି। ତେବେ ବିସ୍ଫୋରଣ ପରେ ଗୋଳାବାରୁଦ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିନ୍ତୁ ଏହି ଦୁର୍ଘଟଣାରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରି ନାହିଁ। ସେହିପରି କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା, ତାହା ମଧ୍ୟ ଜଣାପଡ଼ି ନାହିଁ। ଅପରପକ୍ଷେ ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ରଖାଯାଇ ନାହିଁ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ବେଳେ ବଡ଼ମାଳ ଗୋଳାବାରୁଦ କାରଖାନାର ୧୨ ନମ୍ୱର ମେଗାଜିନ୍‌ ଷ୍ଟୋର ରୁମ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଲଗାତାର ୩ରୁ ୪ ଥର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ବିସ୍ଫୋରଣ ପରେ ନିଆଁର ଶିଖା ବହୁଦୂରକୁ ଦେଖାଯାଉଛି। ମୃତାହତ ନେଇ କୌଣସି ସୂଚନା ମିଳିନି। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଅଗ୍ନିଶମ ବିଭାଗ ଓ ଆମ୍ୱୂଲାନ୍ସ କାରଖାନା ଭିତରକୁ ଯାଇଛି। ତେବେ ଆଉ କିଛି ସମୟ ପରେ ଏନେଇ ସ୍ପଷ୍ଟ ସୂଚନା ମିଳି ପାରିବ ବୋଲି କୁହାଯାଉଛି।

 

Get real time updates directly on you device, subscribe now.