fbpx
BJD
BJD SKY
BJD SKY

ଖାଇଛନ୍ତି କି କେବେ ନୀଳ ରଙ୍ଗର କଦଳୀ, ଭାନିଲା ଆଇସକ୍ରିମ ପରି ସ୍ୱାଦ, ମିଳିଥାଏ ଏହିସବୁ ଫାଇଦା

BJD

ଓଡ଼ିଶା ଭାସ୍କର: ଆଜି ପର୍ଯ୍ୟନ୍ତ ଆପଣ ସବୁଜ ଓ ହଳଦୀ ରଙ୍ଗର କଦଳୀ ଦେଖି ଆସିଛନ୍ତି । ଆପଣ ଏହି ୨ ରଙ୍ଗର କଦଳୀ ଖାଇଛନ୍ତି ବି । କିନ୍ତୁ ଆପଣ କେବେ ନୀଳ ରଙ୍ଗର କଦଳୀ ଦେଖିଛନ୍ତି କି? ହଁ ଏପରି କଦଳୀ ଚାଷ ହେଉଛି ଓ ଏହା ଖାଇବା ଦ୍ୱାରା ବହୁତ ଫାଇଦା ବି ମିଳିଥାଏ । କିନ୍ତୁ ଏହି କଦଳୀ ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି । ଏହି କଦଳୀର ନାମ ବ୍ଲୁ ଜାଭା ବାନାନା । ଏହି କଦଳୀର ସ୍ୱାଦ ପୁରା ଭାନିଲା ଆଇସ୍‌କ୍ରିମ ପରି । ଦକ୍ଷିଣ ପୂର୍ବ ଏସିଆରେ ଏହି କଦଳୀ ଚାଷ କରାଯାଏ । ଦକ୍ଷିଣ ଆମେରିକାରେ ସବୁଠାରୁ ଅଧିକ ଏହି କଦଳୀ ଚାଷ କରାଯାଏ ।

ହାୱାଇ ଦ୍ୱୀପରେ ଏହି କଦଳୀ ଅଧିକ ଲୋକପ୍ରିୟ । ଏଠାରେ ଏହାକୁ ଆଇସକ୍ରିମ୍ କଦଳୀ କୁହାଯାଏ । ଫିଜିରେ ଏହାକୁ ହାୱାଇଅନ କଦଳୀ, ଫିଲିପାଇନ୍ସରେ କ୍ରୀ, କେନ୍ଦ୍ର ଆମେରିକାରେ ଏହାକୁ ସେନିଞ୍ଜୋ କୁହାଯାଏ । ଏହି କଦଳୀ ଗଛର ଉଚ୍ଚତା ୪.୫ମିଟରରୁ ୬ ମିଟର ମଧ୍ୟରେ ହୋଇଥାଏ । ଏହି କଦଳୀକୁ କଞ୍ଚା କିମ୍ବା ରୋଷେଇ କରି ଖିଆଯାଇଥାଏ । ଏହା ନିଜର ସୁଗନ୍ଧିତ ସ୍ୱାଦ ଲାଗି ବେଶୀ ଲୋକପ୍ରିୟ ।

ଏହି କଦଳୀ ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ଦୂର ହୋଇଥାଏ । ଯଦି କେହି ଆନିମିଆରେ ପୀଡିତ ତେବେ ସେ ଏହି କଦଳୀ ଖାଇବା ଉଚିତ । ଏହା ସହିତ ଏହି କଦଳୀ ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । କୋଷ୍ଠ କାଠିନ୍ୟ ରୋଗୀ ଏହି କଦଳୀ ଖାଇବା ଦ୍ୱାରା ସମସ୍ୟାରୁ ମୁକ୍ତି ପାଇଥାଏ । ଏହା ବ୍ୟତିତ ନୀଳି କଦଳୀ ଖାଇବା ଦ୍ୱାରା ଦୁଃଶ୍ଚିନ୍ତା ରୋଗରୁ ବି ମୁକ୍ତି ମିଳିଥାଏ । ଏଥିରେ ଏପରି ପ୍ରୋଟିନ ରହିଛି ଯାହା ଶରୀର ଓ ମନକୁ ରିଲାକ୍ସ କରିଥାଏ ।

Get real time updates directly on you device, subscribe now.