fbpx
BSKY
BJD SHG SKY
BJD MC SKY

ପରୀକ୍ଷାର୍ଥୀଙ୍କ କାନ ଭିତରୁ ବାହାରିଲା Bluetooth ଡିଭାଇସ୍: ପ୍ରଶ୍ନ ଆଉ ଉତ୍ତରକୁ ନେଇ ଚାଲିଥିଲା କପି

ନୂଆଦିଲ୍ଲୀ: ପରୀକ୍ଷାରେ କପି କରିବା ପାଇଁ ଅନେକ ପରୀକ୍ଷାର୍ଥୀ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । କିଏ ପ୍ୟାଣ୍ଟ ପକେଟରେ ତ ଆଉ କିଏ ପାଟି ଭିତରେ କପି ଲୁଚାଇ ରଖିଥାନ୍ତି । ତେବେ ଏହା ମଧ୍ୟରେ କପି କରିବାର ଏକ ହାଇଟେକ ଫର୍ମୂଲା ଆପଣାଇଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷାର୍ଥୀ କାନ ଭିତରେ ବ୍ଲୁଟୁଥ୍ ଲୁଚାଇ ରଖିଥିଲେ । ଏହି ଡିଭାଇସ୍ ଜରିଆରେ ସେ ପରୀକ୍ଷା ଦେବାକୁ ପ୍ରୟାସ କରୁଥିଲେ ।

ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଚାଲିଥିବା ଗ୍ରାମ ବିକାଶ ଅଧିକାରୀ (ଭିଡିଓ) ପରୀକ୍ଷା ସମୟରେ ଏଭଳି ଏକ ବଡ଼ ଧରଣର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ପୋଲିସ ୧୪ ଜଣଙ୍କୁ ଗିରଫ କରିବା ସହିତ ଅନେକ ଆଧୁନିକ ଉପକରଣ ଜବତ କରାଯାଇଛି । ପରୀକ୍ଷାର୍ଥୀ ଓ ତାଙ୍କୁ ସାହାଯ୍ୟ କରୁଥିବା ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ବ୍ଲୁଟୁଥ ଡିଭାଇସ, ଇୟର ବଡ, ସିମ କାର୍ଡ, ବ୍ୟଟେରୀ, ଆଦି ଜବତ କରାଯାଇଛି ।

ପରୀକ୍ଷାର୍ଥୀମାନେ ହାଇଟେକ ଡିଭାଇସର ବ୍ୟବହାର କରି ପରୀକ୍ଷାରେ କପି କରିବାକୁ ପ୍ରୟାସ କରିଥିଲେ । ଗିରଫ ହୋଇଥିବା ପ୍ରାର୍ଥୀଙ୍କ କାନରୁ ବ୍ଲୁଟୁଥ୍ ଡିଭାଇସ ଜବତ କରାଯାଇଛି । ପରୀକ୍ଷାର୍ଥୀ ଏହି ଡିଭାଇସକୁ ବ୍ୟବହାର କରି ନିଜ ସହଯୋଗୀଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଇବା ସହିତ ଉକ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରୟାସ କରୁଥିଲେ । ପରୀକ୍ଷାର୍ଥୀ କାନ ଭିତରେ ଏହି ଡିଭାଇସ ଲୁଚାଇଥିବା ବେଳେ ଡାକ୍ତରଙ୍କୁ ଡକାଇ ବ୍ଲୁଟୁଥକୁ କାନରୁ ବାହାର କରାଯାଇଥିଲା ।

Get real time updates directly on you device, subscribe now.