fbpx

ସମୁଦ୍ର ମଝିରେ ମୁହାଁମୁହିଁ ହେଲା ୨ ଡଙ୍ଗା

ବ୍ରହ୍ମପୁର,୧୯ ।୧(ଓଡିଶା ଭାସ୍କର): କୁହୁଡି ଯୋଗୁଁ ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଅଘଟଣ ଘଟିଯାଇଛି । ମାଛ ଧରିବାକୁ ଯାଇଥିବା ବେଳେ ପରସ୍ପର ମୁହାଁମୁହିଁ ହୋଇଛି ୨ ଡଙ୍ଗା । ଉଚ୍ଚ ଲହରି ଓ କୁହୁଡି ଯୋଗୁଁ ୨ଟି ଡଙ୍ଗା ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଥିବା ବେଳେ ୨ଟି ଡଙ୍ଗାରୁ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଦୁର୍ଘଟଣା ଯୋଗୁଁ ୨ଟି ଡଙ୍ଗା ଭାଙ୍ଗିଯିବା ସହ ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.