fbpx

ଚନ୍ଦନୱାଡିରେ ପହଞ୍ଚିଲା ଋଷି କାପୁରଙ୍କ ପାର୍ଥିବ ଶରୀର

୨ ବର୍ଷ କ୍ୟାନ୍ସରରେ ସଂଘର୍ଷ କରିବା ପରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ଋଷି କପୁର । ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ ମେଡିକାଲରେ ଆଜି ସକାଳ ୮ଟା ୪୫ ମିନିଟରେ ତାଙ୍କର ଦେହାନ୍ତ ଘଟିଥିଲା । ବର୍ତ୍ତମାନ ସମୟରେ ଋଷିଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଲକ୍-ଡାଉନ୍ କାରଣରୁ ଶ୍ମଶାନ ଘାଟରେ କେବଳ ୨୪ ଲୋକଙ୍କୁ ଯିବାକୁ ଅନୁମତି ମିଳିଛି । ତେବେ ଋଷିଙ୍କ ପାର୍ଥିବ ଶରୀର ଚନ୍ଦନୱାଡୀ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ପାଇଁ ଆସି ପହଞ୍ଚିସାରିଛି । ଅନ୍ତିମ ସଂସ୍କାର ପାଇଁ ମୁମ୍ବାଇ ପୋଲିସ କେବଳ ନୀତୁ କପୁର, ରିମା ଜୈନ, ମନୋଜ ଜୈନ, ଅରମାନ ଜୈନ, ଆଦର ଜୈନ, ଅନୀଷା ଜୈନ, ରାଜୀବ କପୁର, ରଣଧୀର କପୁର, ସୈଫ ଅଲ୍ଲି ଖାନ୍, ବିମଲ ପାରିଖ, ନତାଶା ନନ୍ଦନ, ଅଭିଷେକ ବଚ୍ଚନ, ଡାକ୍ତର ତରଙ୍ଗ, ଆଲିଆ ଭଟ୍ଟ, ଆୟାନ ମୁଖାର୍ଜୀ, ରୋହିତ ଧୱନ, ରାହୁଏ ଜୟ ରାମଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦେଇଛି ।

Get real time updates directly on you device, subscribe now.