fbpx

ଗିରଫ ହେବେ ବଲିଉଡ୍ ଅଭିନେତା ରଣବୀର ସିଂହ! ନଗ୍ନ ଫଟୋ ପାଇଁ ଆସିଲା ପୋଲିସର ନୋଟିସ୍

ନୂଆଦିଲ୍ଲୀ: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ । ଏକ ଲୋକପ୍ରିୟ ପତ୍ରିକା ପାଇଁ ରଣବୀର ନଗ୍ନ ଫଟୋ ଶୁଟ୍ କରିଥିବାରୁ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମହିଳାଙ୍କ ଭାବନାକୁ ଆଘାତ ଦେଇଥିବାରୁ ରଣବୀରଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ମାମଲା ଦାୟର ହୋଇଥିଲା ।

ତେବେ ସଦସ୍ୟ ରିପୋର୍ଟ ମୁତାବକ, ରଣବୀର ଏବେ ମୁମ୍ବାଇରେ ନଥିବାରୁ ଅଗଷ୍ଟ ୧୬ରେ ତାଙ୍କୁ ନୋଟିସ ହସ୍ତାନ୍ତର କରାଯିବ । ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୫୦୯, ୨୯୨, ୨୯୪ ଧାରା ଲାଗିଛି । ରଣବୀରଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ନୋଟିସ ପଠାଇବାକୁ ମୁମ୍ବାଇ ପୋଲିସ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

ରଣବୀରଙ୍କ ନ୍ୟୁଡ୍ ଫଟୋ ଏବେ ଟ୍ୱିଟରରେ ଦ୍ରୁତ ଭାବେ ଟ୍ରେଣ୍ଡ କରିବାରେ ଲାଗିଛି । ଏହାକୁ ନେଇ ୟୁଜର୍ସ ମିମ୍ ବନାଇବାରେ ବ୍ୟସ୍ତ । ରଣବୀର ଜଣେ ଲୋକପ୍ରିୟ ଅଭିନେତା ହୋଇଥିବାରୁ ତାଙ୍କୁ ନେଇଅନେକ ୟୁଜର୍ସ ମଜାଳିଆ କମେଣ୍ଟ ଦେଉଥିବା ଜଣାପଡ଼ିଛି । ତେବେ ଭାଇରାଲ ହେଉଥିବା ଫଟୋରେ ରଣବୀର ଅନ୍ତବସ୍ତ୍ର ପରିଧାନ କରିଛନ୍ତି କି ନାହିଁ ତାହା ଠିକ୍ ଭାବେ ଜଣାପଡ଼ୁନାହିଁ ।

Get real time updates directly on you device, subscribe now.