fbpx

ଓପନିଂ ଡେ’ରେ କମାଲ କଲା ‘ଆନିମଲ୍‌’, ଜବାନ ଓ ଗଦର ୨କୁ ପଛରେ ପକାଇଦେଲା

ମୁମ୍ବାଇ: ରଣବୀର କପୁର ଷ୍ଟାରର ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଆନିମଲ୍ ସିନେମାଘରେ ରିଲିଜ୍ ହୋଇସାରିଛି । ଗତକାଲି ଅର୍ଥାତ୍ ୧ ଡିସେମ୍ବରରେ ଫିଲ୍ମ ରିଲିଜ୍ ହୋଇଛି ଓ ଏହାକୁ ଦର୍ଶକଙ୍କ ଜବରଦସ୍ତ ଭଲପାଇବା ମିଳିଛି । ଏହି ଫିଲ୍ମ ସହିତ ରଣବୀର କପୁର ବକ୍ସ ଅଫିସ୍‌ରେ ଏକ ନୂଆ ରେକର୍ଡ ବି ପ୍ରତିଷ୍ଠା କରିଛନ୍ତି । ଆନିମଲ୍‌କୁ ଫିଲ୍ମ କ୍ରିଟିକ୍ସ ଓ ଦର୍ଶକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଏବେ ଖବର ମିଳିଛି କି ରଣବୀର କପୁର ଓ ରଶ୍ମିକା ମନ୍ଦାନାଙ୍କ ଏହି ଫିଲ୍ମ ନିଜର ଓପନିଂ ଡେ’ରେ ବକ୍ସ ଅଫିସ୍‌ରେ ଇତିହାସ ରଚିଛି ।

କବୀର ସିଂହ ଫେମ୍ ଓ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଆନିମଲ୍‌’ କୁ ନେଇ ପ୍ରଥମରୁ ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଏବେ ରିଲିଜ୍ ହେବାର ପ୍ରଥମ ଦିନ ଫିଲ୍ମ କମାଲ କରିଦେଇଛି । ପ୍ରଥମ ଦିନରେ ଫିଲ୍ମ ୬୧ କୋଟି ଆୟ କରିଛି । ଫିଲ୍ମର ହିନ୍ଦୀ ଭର୍ସନ ୫୦ କୋଟି ଓ ତେଲଗୁ ଭର୍ସନ ୧୦ କୋଟି ଆୟ କରିଛି । ଏହା ବ୍ୟତିତ ଫିଲ୍ମର ତାମିଲ, ମାଲାୟାଲାମ, କନ୍ନଡ ଭର୍ସନ ୧କୋଟି ଆୟ କରିଛି । ଅନ୍ୟପକ୍ଷରେ ଫିଲ୍ମ ବିଶ୍ୱସ୍ତରରେ ୧୦୦କୋଟି ଆୟ କରିଛି । ଏହା ସହିତ ଆନିମଲ୍ ରଣବୀରଙ୍କ କ୍ୟାରିୟରର ବିଗେଷ୍ଟ ଓପନର ପାଲଟିଯାଇଛି ।
ତେବେ ଚଳିତ ବର୍ଷ ବିଗେଷ୍ଟ ଓପନର କଥା କହିଲେ ଏହା ପୂର୍ବରୁ ଶାହରୁଖ ଖାନ୍‌ଙ୍କ ଜବାନ, ପଠାନ, ସଲମାନ ଖାନ୍‌ଙ୍କ ଟାଇଗର୍ ୩ ଓ ସନି ଦେଓଲଙ୍କ ଗଦର ୨ ସବୁଠାରୁ ଆଗରେ ଥିଲେ । କିନ୍ତୁ ଏବେ ଆନିମଲ୍ ସମସ୍ତଙ୍କୁ ଟପିଯାଇଛି ।

Get real time updates directly on you device, subscribe now.