fbpx

ଲଗାତର ପିଠିରେ ଯନ୍ତ୍ରଣା ହୋଇପାରେ ଏହି କ୍ୟାନସରର ଲକ୍ଷଣ, ସାବଧାନ ହୋଇଯାଆନ୍ତୁ

AAKASH

ନୂଆଦିଲ୍ଲୀ: ଅସ୍ଥି କ୍ୟାନସର ଏକ ବିରଳ ପ୍ରକାରର କ୍ୟାନସର ହୋଇଥାଏ । ଏହା ଖୁବ୍ କମ୍ ଦେଖିବାକୁ ମିଳିଥାଏ । କିନ୍ତୁ ଅନ୍ୟ ସବୁ କ୍ୟାନସର ପରି ଏହାର ଲକ୍ଷଣ ଚିହ୍ନି ଯେତେ ଶୀଘ୍ର ପାରିବେ ଏହାର ଚିକିତ୍ସା କରାଇ ନେବା ଉଚିତ । ଯଦି ଆପଣଙ୍କ ହାଡ ଓ ଗଣ୍ଠିରେ ଲଗାତର ଯନ୍ତ୍ରଣା ହେଉଛି , ଫୁଲି ଯାଉଛି, ଆଘାତ ଲାଗି ହାଡ ଭାଙ୍ଗି ଯାଇଛି କିମ୍ବା ଗଣ୍ଠି ସ୍ଥାନରେ ଯନ୍ତ୍ରଣା ହେଉଛି ଏସବୁ କ୍ୟାନସରର ସାଧାରଣ ଲକ୍ଷଣ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପିଠିରେ ଯନ୍ତ୍ରଣା କିମ୍ବା ପିଠି ତଳକୁ ଯନ୍ତ୍ରଣା ଅସ୍ଥି କ୍ୟାନସରର ଏକ ସାଧାରଣ ଲକ୍ଷଣ । ଯଦି ଲଗାତର ଏହି ସ୍ଥାନରେ ଯନ୍ତ୍ରଣା ହେଉଛି ଓ ଏହା ଅନ୍ୟ ସମ୍ବନ୍ଧିତ କାରକ ସହ ଜଡିତ ଅଛି ତେବେ ଆପଣଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ହେବ ।

ଯଦି ଆପଣଙ୍କ ପିଠିରେ ଲଗାତର ଯନ୍ତ୍ରଣା ହେଉଛି ଓ ମେଡିସିନ କାମ କରୁନାହିଁ ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି କାହାକୁ ଅସ୍ଥି କ୍ୟାନସର ହୋଇଛି ତେବେ ଅଣ୍ଟାରେ ଯନ୍ତ୍ରଣା ହେବା ସହିତ ମେରୁଦଣ୍ଡ ହାଡ ନିକଟରେ କୌଣସି ଏକ ବିଶେଷ ସ୍ଥାନରେ ଭୀଷଣ ଯନ୍ତ୍ରଣା ହୋଇଥାଏ ।

ଡାକ୍ତରଙ୍କ ମତରେ ଅସ୍ଥି କ୍ୟାନସରର ଯନ୍ତ୍ରଣା ରାତିରେ କିମ୍ବା ଶାରୀରିକ ଶ୍ରମ କମ୍ ହେବା ଦ୍ୱାରା ହୋଇଥାଏ । ଯଦି ଆପଣ ଦେଖୁଛନ୍ତି ଆପଣଙ୍କ ପିଠିର ଯନ୍ତ୍ରଣା ରାତିରେ ଅଧିକ ହେଉଛି ଓ ଆପଣଙ୍କୁ କୌଣସି ଆଘାତ ବି ଲାଗି ନାହିଁ ତେବେ ଏହା ଚିନ୍ତାର ବିଷୟ ଅଟେ । ଏ କ୍ଷେତ୍ରରେ ଯଦି ଆପଣଙ୍କ ପରିବାରରେ କାହାକୁ କ୍ୟାନସର ହୋଇଥିଲା ତେବେ ଆପଣଙ୍କ ଲାଗି ଅଧିକ ବିପଦ ରହିଛି । ଅସ୍ଥି କ୍ୟାନସର କୌଣସି ବି ବୟସରେ ହୋଇପାରେ । ଯଦି ଆପଣଙ୍କର କିମ୍ବା ଆପଣଙ୍କ ପରିବାରରେ କାହାର ଲଗାତର ପିଠିରେ ଯନ୍ତ୍ରଣା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.