fbpx

Booster Dose ପାଇଁ ବୁକିଂ ଓ ରେଜିଷ୍ଟ୍ରେସନ କିପରି କରିବେ ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସମଗ୍ର ଦେଶରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ପୂର୍ବରୁ ନେଇଥିବା କୋଭିଡ ଭ୍ୟାକ୍ସିନର ସମାନ ଡୋଜ୍ ଲୋକଙ୍କୁ ଦିଆଯିବ । ଅର୍ଥାତ ପୂର୍ବରୁ ଯେଉଁମାନେ କୋଭିସିଲ୍ଡର ଦୁଇଟି ଡୋଜ୍ ନେଇସାରିଥିବେ, ସେମାନଙ୍କୁ ତୃତୀୟ ସଟରେ କେବଳ କୋଭିସିଲ୍ଡ ଦିଆଯିବ । ସେହିପରି ଯିଏ କୋଭାକ୍ସିନର ଦୁଇଟି ଯାକ ଟିକା ନେଇଥିବ, ତାକୁ ମଧ୍ୟ ତୃତୀୟ ଡୋଜ୍ ଭାବେ କୋଭାକ୍ସିନ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ।

ପୂର୍ବରୁ ଯେଉଁମାନେ ଦୁଇଟି ଟିକା ନେଇଥିବେ, ସେମାନେ ଆପଏଣ୍ଟମେଣ୍ଟ ନେଇ କିମ୍ବା ଟିକାକେନ୍ଦ୍ରକୁ ଯାଇ ଡୋଜ୍ ନେଇପାରିବେ । ଏହି ଡୋଜ୍ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବର୍ଷୀୟଙ୍କୁ ପ୍ରଦାନ କରାଯିବ । ତେଣୁ ଗତ ଶନିବାର ସନ୍ଧ୍ୟା ଠାରୁ କୋୱିନ ପୋର୍ଟାଲ https://cowin.gov.in ରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ୍ ମଧ୍ୟରେ ବ୍ୟବଧାନ ୯ ମାସ ରହିବା ଦରକାର । ରେଜିଷ୍ଟ୍ରେସନ ଓ ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଉଭୟ ଅନଲାଇନ ଓ ଅନସାଇଟ୍ ଫର୍ମାଟରେ ଉପଲବ୍ଧ ହେଉଛି । ବୁଷ୍ଟର ଡୋଜ୍ ନେବାକୁ ଥିବା ଲୋକଙ୍କୁ କୋୱିନ ପକ୍ଷରୁ ମେସେଜ୍ ପଠାଇ ସୂଚିତ କରାଇ ଦିଆଯିବ ବୋଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ।

Get real time updates directly on you device, subscribe now.