fbpx

ସୁସ୍ଥ ଶରୀର ପାଇଁ ଖାଆନ୍ତୁ ପୁଷ୍ଟିକର ସୁପରଫୁଡ ‘ବୋର୍ ବାସୀ’: ମଧୁମେହଙ୍କ ପାଇଁ ଖୁବ ଲାଭଦାୟକ

ନୂଆଦିଲ୍ଲୀ: ‘ବୋର୍ ବାସୀ’ ହେଉଛି ଛତିଶଗଡର ସବୁଠାରୁ ପ୍ରିୟ ଏବଂ ପୁଷ୍ଟକର ଏବଂ ପାରମ୍ପରିକ ଖାଦ୍ୟ ବୋର୍ ବାସୀ । ଏହା ଅତି ସୁଲଭ ଏବଂ ପୁଷ୍ଟିକର ସୁପରଫୁଡ ବୋଲି କୁହାଯାଏ । ତେବେ କେବଳ ଛତିଶଗଡ ନୁହେଁ, ଓଡିଶାରେ ମଧ୍ୟ ଏହାର କୁବ ଚାହିଦା ରହିଛି । ଛତିଶଗଡରେ ବୋର୍ ବାସୀ ନାମରେ ପ୍ରସିଦ୍ଧ ଏହି ଖାଦ୍ୟକୁ ଓଡିଶାବାସୀ ‘ପଖାଳ’ ବୋଲି କହିଥାନ୍ତି । ଯାହା ପ୍ରତି କୋଟ କୋଟି ଓଡିଆଙ୍କ ମନରେ ରହିଛି ଅହେତୁକ ଦୁର୍ବଳତା ଏବଂ ପ୍ରଚୁର ଭଲପାଇବା ।

‘ବୋର୍ ବାସୀ’ ବା ପଖାଳର ପ୍ରସ୍ତୁତି ପ୍ରଣାଳୀ ଦୁନିଆରେ କାହାକୁ ବା ଜଣାନାହିଁ । ରନ୍ଧା ଭାତକୁ ବଳକା ପାଣି ଦେଇ ଅତିରିକ୍ତ ପାଣିରେ ଭିଜାଇ ରଖାଯାଏ । ତେବେ ସାରା ରାତି ଏହାକୁ ଢାଙ୍କୁଣୀରେ ରଖାଯାଏ । ତେବେ ସକାଳୁ ଏହାକୁ ଖାଇବା ଶରୀର ପାଇଁ ଏକାନ୍ତ ସୁସ୍ଥକର । ସାଧାରଣ ଭାତ ଅପେକ୍ଷା ଏଥିରେ ସ୍ୱାସ୍ଥ୍ୟ-ପ୍ରୋତ୍ସାହନ ଗୁଣ ଅଧିକ ଭରି ହୋଇ ରହିଛି, ଯେଉଁଥିପାଇଁ ଏହା ସାଧାରଣ ଭାତ ଅପେକ୍ଷା ଅଧିକ ଲାଭ ଦାୟକ ହୋଇଥାଏ । ତେବେ ମଧୁମେହ ରୋଗୀ ଏହାକୁ ସାଧାରଣ ଭାତ ପରିବର୍ତ୍ତେ କୋଡୋ ରାଇସକୁ ନିଜ ଖାଦ୍ୟରେ ସାମିଲ କରିପାରିବେ । ତେବେ ଉଚ୍ଚ ରକ୍ତଚାପ ଥିବା ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଏହି ‘ବୋର ବାସୀ’ ବା ପଖାଳକୁ କିଛି ଲୁଣ(ରକ୍ ସଲ୍ଟ) ସହିତ ଖାଇପାରିବେ । ତେବେ ଏହି ଖାଦ୍ୟ ପାଇଁ କେହି ଅଧିକ ଖଚ୍ଚନ୍ତେ ହେବାକୁ ପଡେ ନାହିଁ ।

ଡା. ଅନୀଲ ଗୁପ୍ତା ସ୍ପଷ୍ଟ କରିଛନ୍ତି ଯେ, ଫେଣ୍ଟେସନ ପ୍ରକ୍ରିୟା ‘ବୋର୍ ବାସୀ’ରୁ ଅଧିକ ଚର୍ବି ବାହାର କରିଥାଏ ଏବଂ ଭିଟାମିନ ବି-କମ୍ପେ୍ଲକ୍ସ, ଭିଟାମିନ-କେ, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ପୋଯାସିୟମ୍ ଏବଂ ସେଲେନିୟମ୍ ମଧ୍ୟ ବୃଦ୍ଧି କରିଥାଏ । ଏହାସହିତ ଫେଣ୍ଟେସନ୍ ପ୍ରକ୍ରିୟା ଲାକ୍ଟୋବାସିଲସ୍ ଏବଂ ଲାକ୍ଟିକ ଏସିଡ ବ୍ୟାକ୍ଟେରିଆ ପରି ଉପକାରୀ ପ୍ରୋବୋଟକ୍ସ ସହିତ ‘ବୋର୍ ବାସୀ’କୁ ସମୃଦ୍ଧ କରେ । ଏହାର ପ୍ରୋବୋଟେିକ୍ସ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ପାକସ୍ଥଳୀ ଜନିତ ବିଭିନ୍ନ ରୋଗରୁ ମୁକ୍ତି ଦେବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ସେ ଆହୁରି କହିଛନ୍ତି ଯେ, ୧୦୦ଗ୍ରାମ ଚାଉଳରେ ୩.୪ମିଲିଗ୍ରାମ ଆଇରନ୍ ରହିଥାଏ । ତେବେ ଯଦି ଏହାକୁ ୧୨ ଘଣ୍ଟା ପାଇଁ ପଣିରେ ଭିଜାଇ ରଖିଲେ ଏହି ଆଇରନର ପରିମାଣ ଅନେକ ମାତ୍ରାରେ ବୃଦ୍ଧି ପାଇଥାଏ, ଯାହା ଶରୀର ପାଇଁ ଖୁବ ଲାଭଦାୟକ । ଏଥିରେ ପୋଟାସିୟମ ଏବଂ କ୍ୟାଲସିୟମ ମଧ୍ୟ ମହଜୁଦ ରହିଥାଏ । ଏହା ସ୍ୱାଦିଷ୍ଟ ଏବଂ ପୁଷ୍ଟକର ଖାଦ୍ୟ ଯାହା ଶରୀରରେ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.