fbpx

NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟରେ ଭୂତଳ ଜଳ ବ୍ୟବହାର କରାଯାଇ ପାରିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆପାର୍ଟମେଣ୍ଟ ନିର୍ମାଣକୁ ନେଇ ନିୟମାବଳୀକୁ ଉଲ୍ଲଂଘନ କରାଯାଇଥାଏ । ତେବେ ଏଣିକି ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ନିଷ୍ପତ୍ତି ନେଇଛନ୍ତି । ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଭୂତଳ ଜଳକୁ ବ୍ୟବହାର କରାଯାଇ ପାରିବ ବୋଲି ଏନଜିଟି ପକ୍ଷରୁ କୁହାଯାଇଛି ।

ଏନଜିଟିର ବିଚାର ବିଭାଗୀୟ ସଦସ୍ୟ ବି. ଅମିତ ଷ୍ଟେଲକର ଓ ପରିବେଶବିତ ଡ. ଅରୁଣ କୁମାର ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କୌଣସି ଆପାର୍ଟମେଣ୍ଟର ନିର୍ମାଣ ପାଇଁ ବୋରୱେଲ ଜଳର ବ୍ୟବହାର ପାଇଁ କେନ୍ଦ୍ରୀୟ ଜଳ ବୋର୍ଡ ଅନୁମତି ପ୍ରଦାନ କରିବ ନାହିଁ । ଏଥିସହିତ ଆପାର୍ଟମେଣ୍ଟରେ ଯେଉଁ ମାତ୍ରାରେ ବିଦ୍ୟୁତ ଶକ୍ତିର ବ୍ୟବହାର ହେବ, ତା’ର ୫ ପ୍ରତିଶତ ସୌରଶକ୍ତିରୁ ବ୍ୟବହାର କରାଯିବ । ଆପାର୍ଟମେଣ୍ଟର ୨୦ ପ୍ରତିଶତ ଅଞ୍ଚଳରେ ବନୀକରଣ କରାଯିବା ବାଧ୍ୟତାମୂଳକ ବୋଲି ଏନଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏକ ଫ୍ଲାଟ କିଣିବା ପରେ ଉକ୍ତ ସଂସ୍ଥା ନିଜର ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିଲା । ତେଣୁ ଏନେଇ ଜଣେ ଆବେଦନକାରୀ ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିସହିତ ସୌରଶକ୍ତି ପରିଚାଳନା ୱାଟର ବସାଯାଇଛି କି ନା ସେନେଇ ଯାଞ୍ଚ କରାଯିବ । ସେଥିପାଇଁ ଓଡ଼ିଶା ଇନଭାରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି ଆସନ୍ତା ମାସରେ ଅପାର୍ଟମେଣ୍ଟ ଅଞ୍ଚଳ ପରିଦର୍ଶନ କରିବେ । ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ନଥିଲେ ଜରିମାନା ଲାଗୁ କରାଯିବ । ବିଲଡିଂରେ ଲାଗିଥିବା ଡିଜିର ଉଚ୍ଚତା ଠିକ୍ କି ନା ତାହା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯାଞ୍ଚ କରିବେ । ସେହିପରି ନିୟମ ଅବମାନନା କରି ଭୂତଳ ଜଳ ବ୍ୟବହାର କରିଥିବାରୁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଉକ୍ତ ସଂସ୍ଥା ଉପରେ ଜରିମାନା ଲାଗୁ କରିବେ ବୋଲି ଟ୍ରିବ୍ୟୁନାଲ କହିଛନ୍ତି ।

Get real time updates directly on you device, subscribe now.