fbpx

ବନ୍ଧୁକ ମୁନରେ ପ୍ରେମ ନିବେଦନ କରି ଫସିଲେ ପ୍ରେମିକ

ସମ୍ବଲପୁର,୧୩ ।୧୨(ଓଡିଶା ଭାସ୍କର): ମହଙ୍ଗା ପଡିଲା ବନ୍ଧୁକ ମୁନରେ ପ୍ରେମ ନିବେଦନ । ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବଦେନ ପରେ ନିର୍ଧୁମ୍ ଛେଚା ଖାଇଲେ ଯୁବକ । ଅସଲି ନୁହେଁ, ବରଂ ନକଲି ବନ୍ଧୁକ ଦେଖାଇ ପ୍ରେମ ନିବେଦନ କରିଥିଲେ ରସିକିଆ ପ୍ରେମିକ । ସ୍ଥାନୀୟ ଳୋକେ ଯୁବକଙ୍କୁ ନିସ୍ତୁକ ମାଡ ମାରି ପୋଲିସ ଜିମା ଦେଇଛନ୍ତି । ଘଟଣାଟି ସମ୍ବଲପୁର ଜିଏମ କଲେଜ ପରିସରରେ ଘଟିଛି । ତେବେ ମାଡ ଖାଇଥିବା ଯୁବକ ଜଣକ କେନ୍ଦ୍ରାପଡା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପଟେ ଛାତ୍ରୀଙ୍କ ପକ୍ଷରୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

Get real time updates directly on you device, subscribe now.