BREAKING: ଗାଁରେ ପଶି ଦୁର୍ବୃତ୍ତ ଖେଳାଇଲେ ଆତଙ୍କ, ଭୁଜାଲିରେ କଲେ ଆକ୍ରମଣ, ୨ ଆହାତ

ଖଲ୍ଲିକୋଟ କୋଦଳା ଥାନା ମଙ୍ଗଳପୁର ଗାଁରେ ୧୧ରୁ ୧୨ ଜଣ ଦୁର୍ବୃତ୍ତ ପଶି ଆତଙ୍କରାଜ ଖେଳାଇଥିଲେ।

ଖଲ୍ଲିକୋଟ: ଗାଁରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ଭୁଜାଲିରେ ଯୁବକଙ୍କୁୂ କଲେ ଆକ୍ରମଣ।

ଖଲ୍ଲିକୋଟ କୋଦଳା ଥାନା ମଙ୍ଗଳପୁର ଗାଁରେ ୧୧ରୁ ୧୨ ଜଣ ଦୁର୍ବୃତ୍ତ ପଶି ଆତଙ୍କରାଜ ଖେଳାଇଥିଲେ। ଗାଁରେ ଭୋଜି ଚାଲିଥିବା ବେଳେ ହଠାତ ଆସି କଲେ ଗାଳିଗୁଲଜ।

ଏହାକୁ ସ୍ଥାନୀୟ ପିଲା ବିରୋଧ କରିବାରୁ ଭୁଜାଲିରେ କରିଥିଲେ ଆକ୍ରମଣ। ଘଟଣାରେ ୨ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଆହତ ଯୁବକଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ବୃତ୍ତ କାହିଁକି ଏପରି ଆକ୍ରମଣ କରିଥିଲେ କାରଣ ଅସ୍ପଷ୍ଟ ରହିଛି।