ଭୁବନେଶ୍ୱର: ସଙ୍ଗେ ସଙ୍ଗେ ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ପାଣିପାଗ। ଟାଣ ଖରା ହେଉଥିଲା ସଙ୍ଗେ ସଙ୍ଗେ ମାଡି ଆସିଲା କଳା ହାଣ୍ଡିଆ ମେଘ। ଆଉ ଭୁବନେଶ୍ୱରରେ କାଚିଦେଇଗଲା। ଆସିଲା ବର୍ଷିଲା।
ହଁ ଭୁବନେଶ୍ୱରରେ ପ୍ରବଳ ବର୍ଷା। କେବଳ ବର୍ଷା ନୁହେଁ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା। ଏତେ ବର୍ଷା ଯେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। କେଉଁଠି ରାସ୍ତାରେ ପାଣି ଜମିଛି ତ ଆଉ କେଉଁଠି ରାସ୍ତାରେ ବର୍ଷା ପାଣି ଲହଡ଼ି ମାରୁଛି।
ଆଖି ପିଛୁଳାକେ ଚାହୁଁଚାହୁଁ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପ୍ରବଳ ବର୍ଷାରେ ଭିଜିଲା ବିଭିନ୍ନ ଅଞ୍ଚଳ। ରାସ୍ତା ଉପରେ ଛୁଟିଲା ବର୍ଷା ଜଳ। ତଳିଆ ଅଞ୍ଚଳରେ ଜମିଲା ବର୍ଷା ପାଣି।