Breaking: ମାଟ୍ରିକରେ କମ୍ ମାର୍କ ରହିବାରୁ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର

ଅପରାହ୍ନ ୪ଟାରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ଆଉ ୬ଟା ବେଳକୁ ଆସିଲା ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା ଖବର।

ଜଗତସିଂହପୁର: ମାଟ୍ରିକ ରେଜଲ୍ଟ ପ୍ରକାଶ ପାଉ ପାଉ ସାମ୍ନାକୁ ଆସିଲା ଦୁଃଖଦ ଖବର। ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ। ଆଉ ୬ଟା ବେଳକୁ ଖବର ଆସିଲା କି କମ୍ ମାର୍କ ମିଳିବାରୁ ଆତ୍ମହତ୍ୟା କରିଛନ୍ତି ମାଟ୍ରିକ ଛାତ୍ର।

ହଁ ମାଟ୍ରିକ ରେଜଲ୍ଟ ଖରାପ ହେବାରୁ ଆତ୍ମହତ୍ୟା କରିଛନ୍ତି ଜଗତସିଂହପରୁର ସଦର ଥାନା ଅଳସୁଦ୍ଧା ଗାଁର ଜଣେ ଛାତ୍ର। ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଉକ୍ତ ଛାତ୍ର ଜଣକ ଜାଣିବାକୁ ପାଇଥିଲେ କି ତାଙ୍କ ସାଙ୍ଗମାନେ ଭଲ ମାର୍କ ରଖିଛନ୍ତି।

ଆଉ ତାଙ୍କର କମ୍ ମାର୍କ ରହିଛି। ତେଣୁ ନିଜ ମନର ସନ୍ତୁଳନ ହରାଇ ବସିଲେ ଛାତ୍ର ଜଣକ। ଆଉ ଆଗ ପଛ ବିଚାର ନକରିପାରି ଶେଷରେ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଆଉ ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର ଜଣକ।