BREAKING: ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ ମାସେ ଭିତରେ ସରିବ କହିଲେ ତଦାରଖ କମିଟି ଅଧ୍ୟକ୍ଷ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବା ପ୍ରସଙ୍ଗ। ଏନେଇ ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। କହିଛନ୍ତି ମରାମତି କାମର ପର୍ଯ୍ୟାୟ ବ୍ୟାପକ ରହିଛି। ଭିତର ପାଚେରୀ ବହୁ ପରିମାଣରେ କ୍ଷତି ହୋଇଛି। ସଠିକ୍ ସମୟରେ ମରାମତି କାମ ଆରମ୍ଭ ହୋଇଛି।

ରତ୍ନଭଣ୍ଡାରର ମରାମତି କାମ ଯତ୍ନର ସହ କରାଯାଉଛି। ଏଏସଆଇ କର୍ତୃପକ୍ଷ ସମସ୍ତ ପ୍ରକାରର ଯତ୍ନ ନେଉଛନ୍ତି। ୭୫ରୁ ୧୦୦ ବର୍ଷ ସୁରକ୍ଷିତ ରଖିବା ନେଇ ଏହି ମରାମତି କାର‌୍ୟ୍ୟ କରାଯାଉଛି। ଉଚିତ୍ ଏବଂ ଉନ୍ନତମାନର ମ୍ୟାଟେରିଆଲ ଲଗାଯାଉଛି।

ଭିତର ଭଣ୍ଡାର ମରାମତି କାମ ପ୍ରାୟ ସରିଗଲାଣି। ଦୁର୍ବଳ ହୋଇଥିବା ୫ ବିମ୍ ପରିବର୍ତ୍ତନ ହୋଇସାରିଲାଣି। ଏହି ବିମକୁ ଷ୍ଟିଲ ଭିମ୍ ରେ ବଦଳାଯାଇଛି। ବାହାର ରତ୍ନ ଭଣ୍ଡାର କାମ ଆରମ୍ଭ ହୋଇଛି।

ପ୍ରତିଦିନ ୩ରୁ ୪ ଘଣ୍ଟା ମରାମତି କାମ ହେଉଛି। ଆସନ୍ତା ମାସେ ଭିତରେ କାମ ସାରିବାକୁ ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ।