fbpx

ବିବାହରେ କନ୍ୟାଙ୍କୁ ନାଚିବାକୁ ବାଧ୍ୟ କରିବା ମହଙ୍ଗା ପଡ଼ିଲା, ଶିଶୁପାଳ ହେଲେ ବର

Advertisement

ଉତ୍ତରପ୍ରଦେଶ, ୧୫ା୧୨: ଭାରତୀୟ ସମାଜରେ ବିବାହ ଏକ ପବିତ୍ର ପରମ୍ପରା । ମାତ୍ର ସାମାନ୍ୟ କଥାକୁ ନେଇ ମନୋମାଳିନ୍ୟ ହେଲେ ତାହା ଦୁଇପକ୍ଷଙ୍କ ପକ୍ଷେ ଅସହ୍ୟ ହୋଇଥାଏ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ । ଖବର ମୁତାବକ ବରର ସାଙ୍ଗମାନେ କନ୍ୟାକୁ ବିବାହ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ କରିଥିଲେ । ଏହା କନ୍ୟାଜଣଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଥିଲା ଓ ସେ ଉକ୍ତ ବରକୁ ବିବାହ କରିବାକୁ ମନା କରିଦେଇଥିଲେ ।

କନ୍ୟାଜଣଙ୍କ କହିଛନ୍ତି ଯେ, ବରର ସାମ୍ନାରେ ଅନ୍ୟମାନେ ତାଙ୍କୁ ନୃତ୍ୟ କରିବାକୁ ବାଧ୍ୟ କରିଥିଲେ । ମାତ୍ର ବର ସବୁ ଦେଖି କିଛି ନ ଜାଣିବା ପରି ନିରବ ରହିଥିଲେ । କନ୍ୟାଙ୍କ ମତରେ ଏହା ନାରୀ ସମାଜ ପ୍ରତି ଅସମ୍ମାନ । ନାରୀଙ୍କୁ ସମ୍ମାନ ଦେଇ ଜାଣିନଥିବା ଜଣେ ପୁରୁଷଙ୍କୁ ସେ ଜୀବନସାଥୀ ରୂପେ ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ ।

ଏହି ଘଟଣା ପରେ କନ୍ୟାପକ୍ଷର ଅଭିଯୋଗ ମୁତାବକ ବର ପକ୍ଷ ୬.୫ ଲକ୍ଷ ଟଙ୍କା ଦେଇ ଘଟଣାକୁ ସମାଧାନ କରାଯାଇଥିଲା । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।

Get real time updates directly on you device, subscribe now.