fbpx
BJD SKY
BJD SKY

ଚଉଠି ରାତିରେ ସ୍ୱାମୀ ପାଦ ତଳୁ ଖସିଗଲା ମାଟି! କନ୍ୟା ବାହାରିଲା ୫ ମାସର ଗର୍ଭବତୀ

BJD

ନୂଆଦିଲ୍ଲୀ: ଚଉଠି ରାତିରେ ସ୍ୱାମୀକୁ ଲାଗିଲା ଝଟକା । ୟୁପିର ମେରଠରେ ଜଣେ ବ୍ୟକ୍ତିଙ୍କୁ ନିଜ ବିବାହ ଖୁସି ଭିତରେ ଖୁବ୍ ଜୋରରେ ଝଟକା ଲାଗିଛି । କାରଣ ବିବାହର ଚଉଠି ରାତି ଦିନ ଉକ୍ତ ବ୍ୟକ୍ତି ଜାଣିବାକୁ ପାଇଥିଲେ ଯେ, ତାଙ୍କ ନବବିବାହିତା ପତ୍ନୀ ୫ ମାସର ଗର୍ଭବତୀ ରହିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ସ୍ୱାମୀ ।

ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିବା କଥା ନିଜ ଶ୍ୱଶୁର ଘରେ ଜଣାଇଥିଲେ, ସେ ସମୟରେ ଓଲଟା ସେମାନେ ମିଛ ମାମଲାରେ ଫସାଇଦେବେ ବୋଲି ଧମକ ଦେଇଥିଲେ । ଏହା ବ୍ୟତୀତ ସେମାନେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ।

ତେବେ ସ୍ୱାମୀ ଦେଇଥିବା ତଥ୍ୟ ମୁତାବକ, ବିବାହ ଦିନ କନ୍ୟାର ପେଟ କାଟୁଥିଲା । ତେଣୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ବାହାର କରାଯାଇଥିଲା । ଯାହାକୁ ଦେଖି ମହିଳାଙ୍କ ସ୍ୱାମୀ ଓ ତାଙ୍କ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରିପୋର୍ଟ ଅନୁସାରେ, ପତ୍ନୀ ୫ ମାସର ଗର୍ଭବତୀ ଥିଲେ । ତାଙ୍କ ପେଟରେ ଯାଆଁଳା ଶିଶୁ ବଢ଼ୁଥିଲେ । ତେବେ ଏହି ଅଭିଯୋଗ ହେବାପରେ ଯୁବତୀଙ୍କ ଘର ଲୋକ ଓଲଟା ଉକ୍ତ ବ୍ୟକ୍ତିଙ୍କୁ ଧମକ ଦେଉଛନ୍ତି ବୋଲି ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.