fbpx

ବ୍ରିଟେନ ପ୍ରଧାନମନ୍ତ୍ରୀ ହେବେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି

AAKASH

ନୂଆଦିଲ୍ଲୀ, ୩ା୧୨: ଆଗାମୀ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମୁଖ୍ୟ ଅତିଥି ରୂପେ ଯୋଗଦେବାର ସୂଚନା ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଯୋଗେ ଔପଚାରିକ ଦୃଷ୍ଟିରୁ ନିମନ୍ତ୍ରଣ କରିଥିବା ବେଳେ ଜନସନ ଭାରତ ଆସିବାକୁ ଆଗ୍ରହୀ ଥିବା କୁହାଯାଇଛି । ୧୯୯୩ ମସିହାରେ ତତକାଳୀନ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନ ମେଜର ଶେଷ ଥର ପାଇଁ ଭାରତର ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ, ମୋଦି କରୋନା ବିଷୟରେ ଜନସନଙ୍କ ସହ କଥା ହେବା ସମୟରେ ଏହି କଥା ଉଠାଇଥିଲେ ।

Get real time updates directly on you device, subscribe now.