fbpx

ଦେବାଳିଆ ହୋଇପାରେ ଦେଶର ଆଉ ଏକ ବିମାନ କମ୍ପାନୀ! ୩ ଏବଂ ୪ ତାରିଖରେ ସମସ୍ତ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଦେଶର ଆଉ ଏକ ଏୟାର ଲାଇନ୍ କମ୍ପାନୀ ଦେବାଳିୟା ସ୍ଥିତିର ସମ୍ମୁଖିନ ହୋଇପାରେ। ଘରୋଇ କ୍ଷେତ୍ରର ଏୟାରଲାଇନ୍ ଗୋ ଫାଷ୍ଟ(Go First) ଫଣ୍ଡ ସମସ୍ୟା ପାଇଁ ମେ ୩ ଏବଂ ୪ ତାରିଖରେ ନିଜର ଫ୍ଲାଇଟ୍ ଅପରେସନ୍ ବନ୍ଦ କରିବାକୁ ନିଷ୍ପତି ନେଇଛି । ମଙ୍ଗଳବାର ଏହି ସୂଚନା କମ୍ପାନୀ ମୁଖ୍ୟ କୌଶିକ ଖାନା ଦେଇଛନ୍ତି। କମ୍ପାନୀନିଷ୍ପତି ଅନୁଯାୟୀ ଏହାର ୨୫ ବିମାନର ଉଡ଼ାଣ ବନ୍ଦ କରିଛି । ଯାହା କମ୍ପାନୀ ମୋଟ ବିମାନର ଅଧା ଅଟେ।

କମ୍ପାନୀ ଏକ ପ୍ରେସ୍ ବିଜ୍ଞପ୍ତୁିରେ କହିଛି ଯେ, ଏହି ନିଷ୍ପତି ଅତି ଦୁର୍ଭାଗ୍ୟପୁର୍ଣ୍ଣ। କିନ୍ତୁ ଏହି ନିଷ୍ପତି ଆମେ କମ୍ପାନୀର ହିତ ପାଇଁ ନେଇଛୁ । ଗୋ ଫଷ୍ଟା କହିବା ମୁତାବକ ଅପରେସନାଲ କାରଣରୁ ବିମାନ ଉଡ଼ାଣ ରୋକାଯାଇଛି। ଏହା ସହିତ ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଛୁ ବୋଲି କୁହାଯାଇଛି। ପ୍ରାଟ୍ ଆଣ୍ଡ୍ ହ୍ବିଟନି ( ପି ଆଣ୍ଡ୍ ଡବ୍ଲ୍ୟୁ) ଠିକ ସମୟରେ ଇଞ୍ଜିନ୍ ଯୋଗାଣ ନକରିବା କାରଣରୁ ଗୋଫାଷ୍ଟ ୨୮ଟି ବିମାନ ଉଡ଼ାଣ କରି ନପାରି ଠିଆ ହୋଇ ରହିଛି। ଏହି କାରଣରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଏୟାର ଲାଇନ୍ସ। ଏଥି ସହିତ, ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଅନେକ ରୁଟରେ ବିମାନ ବୁକିଂ ବାତିଲ କରାଯାଉଛି।

ଏହା ସହିତ ଏୟାରଲାଇନ୍ କହିଛି ଯେ କୌଣସି ବିଳମ୍ବ ନକରି ପଠାଇବା ପାଇଁ ସମସ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ (ଆର୍ବିଟ୍ରେଟର) ନିର୍ଦ୍ଦେଶ ଦେଇଛନ୍ତି। GoFirst ଅଗଷ୍ଟ-ସେପ୍ଟେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକୁ ଫେରିବାକୁ ସକ୍ଷମ ହେବ। ସରକାର ମଧ୍ୟ GoFirst ର ଆର୍ଥିକ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏସବୁ ମଧ୍ୟରେ ଗୋ ପ୍ରଥମେ ଯାତ୍ରୀମାନଙ୍କୁ ମେଲ୍ ପଠାଉଛି |

Get real time updates directly on you device, subscribe now.