ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ କଟକ ମେଡକାଲରେ ଭର୍ତ୍ତି
ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଗୁଳିମାଡ଼ । ଗୁଳିମାଡ଼ରେ ୧୧ ବର୍ଷୀୟ ଭାଇ ଓ ୧୫ ବର୍ଷୀୟ ଭଉଣୀ ଗୁରୁତର।
ଭୁବନେଶ୍ବର: ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼ । ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗୁଳିମାଡ଼ରେ ୧୧ ବର୍ଷୀୟ ଭାଇ ଓ ୧୫ ବର୍ଷୀୟ ଭଉଣୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତର । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।
ତେବେ ନାବାଳକ ଏବଂ ନାବାଳିକା ଭାଇଭଉଣୀଙ୍କୁ କିଏ ଏବଂ କାହିଁକି ଟାର୍ଗେଟ କଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ସୂଚନା ଅନୁସାରେ, ଗୁଳିମାଡ ସମୟରେ ସମୟ ରାତି 12 ଟାରୁ 1 ଟା ଭିତରେ ରହିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଘରକୁ ଆସି ଆଖିବୁଜା ଗୁଳିଚାଳନା କରିଥିଲେ । ଗୁଳମାଡ ଫଳରେ ଦୁହେଁ ଭାଇଭଉଣୀ ଚିତ୍କାର କରିବା କାରଣରୁ ପରିବାର ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ତେବେ ଦୁହିଁଙ୍କୁ ପ୍ରଥମେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତିତ କରାଯାଇଛି । ତେବେ ଭାଇଭଉଣୀଙ୍କର ଛାଡିରେ ଗୁଳି ବାଜିଥିବା ବେଳେ ଦୁହିଁଙ୍କ ଅବସ୍ଥା ଗୁରୁତର ରହିଛି । ଏଯାଏଁ ଥାନାରେ ପରିବାର ଲୋକଙ୍କ ପକ୍ଷରୁ କୌଣସି ଏତଲା ହୋଇନଥିଲେ ହେଁ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ।