ପୂର୍ଣ୍ଣ୍ୟ ଅର୍ଜନ କରିବେ ଭାଇ-ଭଉଣୀ, ତ୍ରିବେଣୀରେ ବୁଡ଼ ପକାଇବେ ରାହୁଲ-ପ୍ରିୟଙ୍କା
ଆସନ୍ତା ସପ୍ତାହେ ଭିତରେ ମହାକୁମ୍ଭ ଆସିପାରନ୍ତି ରାହୁଲ-ପ୍ରିୟଙ୍କା। ଏବେଯାଏଁ କାହିଁକି ଆସିନାହାନ୍ତି ଗାନ୍ଧୀ ପରିବାର ସବୁଠି ଚର୍ଚ୍ଚା
ନୂଆଦିଲ୍ଲୀ: ଏବେ ଦେଶର ପ୍ରତ୍ୟେକ ଲୋକଙ୍କ ନଜର ଉତ୍ତରପ୍ରଦେଶର ମହାକୁମ୍ଭ ମେଳା ଉପରେ। କାରଣ ଏହି କୁମ୍ଭମେଳାରେ ଦେଶର କୋଣ ଅନୁକୋଣରୁ ଲୋକ ଆସି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି।
ଏମିତିକି ବଡ଼ ବଡ଼ ରାଜନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ବୁଡ଼ ପକାଇବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଛନ୍ତି। ହେଲେ ଏବେ ସମସ୍ତଙ୍କ ନଜର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ।
ବୁଡ଼ ପକାଇବେ ରାହୁଲ-ପ୍ରିୟଙ୍କା: ଯେହେତୁ ପୂର୍ବରୁ ୨୦୨୨ ମସିହାରେ ହୋଇଥିବା ଅର୍ଦ୍ଧକୁମ୍ଭ ମେଳାରେ ତତକାଳୀନ ଦଳୀୟ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ କୁମ୍ଭମେଳା ସମୟରେ ସଙ୍ଗମରେ ନିଜ ଝିଅ ସହ ବୁଡ ପକାଇଥିଲେ।
ତାଛଡା ତତକାଳୀନ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ୨୦୦୧ କୁମ୍ଭମେଳରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ହେଲେ ଏବେ ଯେତେବେଳେ ଦୀର୍ଘ ୧୪୪ ବର୍ଷ ବ୍ୟବଧାନରେ ମହାକୁମ୍ଭ ପଡିଛି। ସେତେବେଳେ ପୂର୍ଣ୍ୟଭୂମିରେ ଗାନ୍ଧୀ ପରିବାରଙ୍କ ପାଦ ପଡିନି।
ଏମିତିରେ ମହାକୁମ୍ଭ ସରିବାକୁ ବସିଲାଣି। ଆଉ କେତେଟା ଦିନ ପରେ ଶୂନଶାନ ହୋଇଯିବ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ତଟ। ତେଣୁ ସାଧାରଣରେ ଚର୍ଚ୍ଚା ହେଉଛି କି ଆସନ୍ତା ସପ୍ତାହେ ଭିତରେ ଭାଇ-ଭଉଣୀ ତଥା କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମହାକୁମ୍ଭ ଆସିପାରନ୍ତି।
ଖଡ଼ଗେଙ୍କ କଥାରେ ବାଧକ: ଯଦି ଦେଖିବା ଗାନ୍ଧୀ ପରିବାର କୁମ୍ଭ ମେଳା ନ ଆସିବାର ଆଉ ଏକ କାରଣ ମଧ୍ୟ ଏହା ହୋଇପାରେ। କି ଯେତେବେଳେ ବିଜେପିର ଶୀର୍ଷ ନେତୃତ୍ୱମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ।
ସେତେବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କଟାକ୍ଷ କରିବା ପରି ଏକ ମନ୍ତବ୍ୟ ଦେଇଥିଲେ କି, ସଙ୍ଗମରେ ବୁଡ଼ ପକାଇଲେ ଦେଶର ଦାରିଦ୍ର୍ୟତା ଦୂର ହେବନି। ଆଉ ଯେହେତୁ କଂଗ୍ରେସର ସଭାପତି ଏପରି ମନ୍ତବ୍ୟ ଦେଇଥିଲେ।
ତେଣୁ ଯଦି ରାହୁଲ-ପ୍ରିୟଙ୍କା ପ୍ରୟାଗରାଜ ଆସନ୍ତି ଆଉ ତ୍ରିବେଣୀରେ ବୁଡ଼ ପକାନ୍ତି। ତାହାଲେ ଖଡଗେଙ୍କ ପ୍ରତି ଅସମ୍ମାନ ହେବ। ତାଙ୍କୁ ଏକ ଶକ୍ତ ଚାପୁଡା ମାରିବା ପରି ମନେ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଗାନ୍ଧୀ ପରିବାର ମହାକୁମ୍ଭ ଆସୁନଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।