fbpx

ବ୍ରାଉନ ସୁଗାର ଜବତ: ଜଣେ ଗିରଫ

Advertisement

ଖୋର୍ଦ୍ଧା, ୨୯ା୧୨ (ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଆଜି ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

କ୍ରାଇମବ୍ରାଞ୍ଚ ଖୋର୍ଦ୍ଧାର ଜଙ୍କିଆ ନିକଟସ୍ଥ ଜଟଣୀ-ଓରାବରସିଂହ ଅଞ୍ଚଳରେ ଚଢ଼ାଉ କରି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ବେପାର କରୁଥିବା ଜଣାପଡ଼ିଛି । ଏନେଇ ଜଙ୍କିଆ ଥାନାରେ ଏକ ମାମଲା ଦାୟର କରାଯାଇଛି ।

Get real time updates directly on you device, subscribe now.