fbpx
BJD SKY
BJD SKY

ଅଳ୍ପକେ ବର୍ତିଲେ ବି.ଏସ୍. ୟେଦୁରପ୍ପା: ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ସୃଷ୍ଟି ହେଲା ସମସ୍ୟା, ପାଇଲଟ ଦେଲେ ବୁଦ୍ଧିମତାର ପରିଚୟ

BJD

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ୟେଦୁରପ୍ପାଙ୍କୁ ନେଇ ଯାଉଥିାବ ହେଲିକାପ୍ଟର ଲ୍ୟାଣ୍ଡିଂ କରୁଥିବା ସ୍ଥାନରେ କିଛି ସମସ୍ୟା ଦେଖା ଦେଇଥିଲା। ଯେଉଁ କାରଣରୁ ହେଲିକାପ୍ଟର ଟି ଲ୍ୟାଣ୍ଡି କରି ପାରି ନଥିଲା ଏବଂ ପାଇଲଟ ନିଜ ବୁଦ୍ଧିମତାର ପରିଚୟ ଦେଇ ପୁନର୍ବାର ଉଡ଼ାଣ ଭରି ଉପରକୁ ଚାଲି ଯାଇଥିଲେ।

ପକୃତରେ ଯେତେବେଳେ ହେଲିକାପ୍ଟର ଟି ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଥିଲା, ସେ ସମୟରେ ହେଲିକାପ୍ଟର ରୋଟର ଚାପରେ ସେଠାରେ ଥିବା କପଡ଼ା, ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟାଗ ଉଡ଼ିବା ଆରମ୍ଭ କଲା। ଏଭଳି ପରିସ୍ଥିତିରେ ହେଲିକପ୍ଟରର ଅବତରଣ ଚରି ପାରି ନଥିଲା । ତୁରନ୍ତ ଲ୍ୟାଣ୍ଡିଂ ସ୍ଥାନ ସଫା କରିବା ପରେ ହେଲିକପ୍ଟର ଅବତରଣ କରିଥିଲା । ଏହାପୂର୍ବରୁ ଅବତରଣ ସମୟରେ ହେଲିକପ୍ଟରଟି ଆକାଶରେ ଘୁରୁଥିବାର ଦେଖିବାକୁ ମିଳିଥିଲା । ଲାଗୁଥିଲା ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇପାରେ ।

କୁହାଯାଉଛି ଯେ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ସଂକଳ୍ପ ଯାତ୍ରାରେ ଭାଗ ନେବାକୁ ଯାଇଥିଲେ । ଏହି ସମୟ ମଧ୍ୟରେ ଏହି ଘଟଣା ଘଟିଥିଲା । ପରେ ଯେତେବେଳେ ସେଠାରୁ ଅଳିଆ ସଫା କରାଯାଇଥିଲା, ପାଇଲଟ ହେଲିକପ୍ଟରକୁ ଅବତରଣ କରିଥିଲେ ।

Get real time updates directly on you device, subscribe now.