fbpx
BSKY SKY
BSKY SKY

(Video) ୟୁକ୍ରେନ-ଋଷିଆ ଯୁଦ୍ଧ: ଓଡ଼ିଆ ପୁଅଙ୍କ ମୁଣ୍ଡରେ ଭାରତୀୟଙ୍କ ସୁରକ୍ଷା ଭାର

BSKY

ଆରମ୍ଭ ହୋଇଛି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏଭଳି ସ୍ଥିତିରେ ସବୁ ଦେଶ ୟୁକ୍ରେନରେ ଥିବା ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଏବେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି । ସବୁ ଦେଶ ନିଜ ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି । ଏହାରି ଭିତରେ କୌଣସି ଜରୁରୀ କାମ ନଥିଲେ କିଛି ଦିନ ପାଇଁ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ କ୍ୱିଭ୍ ରେ ଥିବା ଭାରତୀୟ ଦୂତାବାସ ସୂଚନା ଜାରି କରିଛି । ଆଉ ବର୍ତ୍ତମାନ ସେଠାରେ ଥିବା ପ୍ରାୟ ୨୦ ହଜାର ଭାରତୀୟଙ୍କୁ କିଭଳି ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବେ ସେହି ଚିନ୍ତାରେ ପଡିଯାଇଛନ୍ତି । ଆଉ ଏପରିସ୍ଥଳେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଜିଙ୍କ ତ୍ରାଣକର୍ତ୍ତା ସାଜି ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଛନ୍ତି ଭାରତର ୟୁକ୍ରେନ୍ ରାଷ୍ଟ୍ରଦୂତ ତଥା ଓଡ଼ିଆ ପୁଅ ପାର୍ଥ ଶତପଥୀ  ।

ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍ର ଭାରତୀୟ ବିଦେଶ ସେବା(ଆଇଏଫଏସ) ଅଧିକାରୀ  । ଏଣୁ ବର୍ତ୍ତମାନ ୟୁକ୍ରନ୍-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି  । ଏହି ୨୦ ହଜାର ଭାରତୀୟଙ୍କ ମଧ୍ୟରୁ ୧୮ ହଜାର ହେଉଛନ୍ତି କେବଳ ଛାତ୍ରଛାତ୍ରୀ  । ୟୁକ୍ରେନ ଶିକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ ୨୪ ପ୍ରତିଶତ ପ୍ରବାସୀ ଛାତ୍ର କେବଳ ଭାରତର  । ୟୁକ୍ରେନରେ ମେଡ଼ିକାଲ୍, ଡେଣ୍ଟାଲ୍ ଏବଂ ନର୍ସିଂ ପାଠ ପଢ଼ିବା ପାଇଁ ବହୁ ଭାରତୀୟ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥାନ୍ତି  । ଏଣୁ ଏବେ ପାର୍ଥଙ୍କ ତତ୍ତ୍ୱାବଧାନରେ ଅଧିକରୁ ଅଧିକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ପ୍ରୟାସ କରାଯାଉଛି  । ଏଥିପାଇଁ ଭାରତ ସରକାର ୟୁକ୍ରେନ୍କୁ ବିମାନ ଚଳାଚଳ ଜାରି ରଖିଛନ୍ତି  ।

ପାର୍ଥ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ଲାଟିନ୍ ଆମେରିକା ଏବଂ କାରବିଆନ୍ ଡିଭିଜନ୍ ହେଡ୍ ରହିଥିଲେ  । ୨୦୧୬-୧୮ ଯାଏଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଂଘୀୟ ବ୍ୟାପାର ମୁଖ୍ୟ ଥିଲେ ପାର୍ଥ  । ରିପବ୍ଲିକ୍ ଅଫ୍ ଦି ଗାମ୍ବିଆର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳିସାରିଛନ୍ତି  । ମସ୍କୋ, ଭିଏନା, ବ୍ରାସିଲିଆ ଏବଂ ଲିସବନ୍ ସ୍ଥିତ ଭାରତୀୟ ଦୂତାବାସରେ ମଧ୍ୟ ସେ କାମ କରିଛନ୍ତି  । ତାଙ୍କୁ ଗତ ନଭେମ୍ବର ୩ ତାରିଖରେ ଭାରତ ସରକାର ହଙ୍ଗେରୀ ପାଇଁ ଦେଶର ପରବର୍ତ୍ତୀ ରାଷ୍ଟ୍ରଦୂତ ନିଯୁକ୍ତ କରିଥିଲେ  । ତେବେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ସମସ୍ୟା ଯୋଗୁଁ ଏଯାଏଁ ନୂଆ କାର୍ଯ୍ୟଭାର ଗ୍ରହଣ କରିନାହାନ୍ତି  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.