fbpx

ବସ୍ ଦୁର୍ଘଟଣା: ଦୁଇ ମୃତ, ୮ ଗୁରୁତର

ଅମରାବତୀ, ୧୫ା୩: ଆନ୍ଧ୍ରପ୍ରଦେଶରେ ଏକ ବସ୍ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ସୋମପେଟା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଏକ ଟିପର ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ତ୍ରିପାଠି ବସଟି ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ସୋମପେଟା ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବସର ହେଲପରଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ବସରେ ଜଣେ ମହିଳା ଯାତ୍ରୀ ଚାପି ହୋଇ ରହିଥିବା ଜଣାପଡ଼ିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବେଚ୍ଛଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.