fbpx
BSKY SKY
BSKY SKY

କାଲି ରାଜ୍ୟରେ ଗଡ଼ିବନି ଘରୋଇ ବସ୍‌

BSKY

ଭୁବନେଶ୍ୱର,୨୪/୫(ଓଡିଶା ଭାସ୍କର): କାଲି ରାଜ୍ୟରେ ଗଡ଼ିବନି କୌଣସି ଘରୋଇ ବସ୍‌। ଏନେଇ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ‘ସରକାର ଆମ ସହ ବସ୍‌ ଚାଲିବା ନେଇ ଆଲୋଚନା କରି ନାହାନ୍ତି। ଆମେ ଆଞ୍ଚଳିକ ସଂଘ ସହ ଏ ନେଇ ଆଲୋଚନା ମଧ୍ୟ କରିନାହୁଁ। ବର୍ତ୍ତମାନ ଆମ ପାଖରେ ଡ୍ରାଇଭର ଓ ହେଲ୍‌ପର ନାହାନ୍ତି ।’

ଯଦି ବସ୍‌ ଚାଲେ ତେବେ ସମ୍ପୂର୍ଣ୍ଣ ମେ ମାସର ଟ୍ୟାକ୍ସ ଦେବାକୁ ହେବ। ଏହା ଦ୍ବାରା ବସ୍‌ ମାଲିକଙ୍କୁ କ୍ଷତି ସହିବାକୁ ପଡ଼ିବ। ସେଥିପାଇଁ କାଲି ବସ୍‌ ଚାଲିବ ନାହିଁ ବୋଲି ଦେବାଶିଷ ନାୟକ କହିଛନ୍ତି ।

Get real time updates directly on you device, subscribe now.