fbpx

ବସ୍-ଟ୍ରକ୍ ମୁହାଁମୁହିଁ: ୫ ମୃତ, ୧୨ ଆହତ

Advertisement

ଯୋଧପୁର, ୧୩ା୩: ରାଜସ୍ଥାନର ଯୋଧପୁରରେ ଏକ ପର୍ଯ୍ୟଟକ ବସ୍ ଓ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ସମସ୍ତ ମୃତାହତ ବ୍ୟକ୍ତି ଦିଲ୍ଲୀର ବାସିନ୍ଦା ବୋଲି ଜଣପଡ଼ିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀରୁ ପର୍ଯ୍ୟଟକ ମାନେ ବସରେ ଯୋଧପୁର ଯାଉଥିଲେ । ୧୧ ଜାତୀୟ ଜାତୀୟ ରାଜପଥର ଫାଲୋଡ଼ି ନିକଟରେ ଏକ ଗାଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଡ୍ରାଇଭରର ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ ଅନୁମାନ କରୁଛି । ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.