fbpx

ଟମାଟୋ ପରେ ଏବେ ଶସ୍ତାରେ ଡାଲି ବିକିବେ ସରକାର, କିଲୋ ପ୍ରତି ୬୦ଟଙ୍କାରେ ପାଇପାରିବେ ଗ୍ରାହକ, ନୋଟ୍ କରନ୍ତୁ ଦୋକାନର ନାମ

Advertisement

ନୂଆଦିଲ୍ଲୀ:ଟମାଟୋ ସହିତ ବିଭିନ୍ନ ପନିପରିବାର ଆକାଶଛୁଆଁ ଦର ସମସ୍ତଙ୍କୁ ଅତିଷ୍ଠ କରି ଦେଇଥିବା ବେଳେ ଏହା ପଛକୁ ଡାଲିର ଦର ବୃଦ୍ଧି ସାଧାରଣ ଖାଉଟୀଙ୍କ ରୋଷେଇ ଶାଳରେ ଚଡକ ମାଡ କରିଛି । ଏପରି ସ୍ଥିତିରେ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ଶସ୍ତା ଦାମ୍ ରେ ଟମାଟୋ ବିକ୍ରୀ କରୁଥିବା ବେଳେ ଏବେ ଡାଲି ବିକ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହରଡ, ମୁଗ ଓ ବୁଟ ଡାଲି ଦରକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଏବେ ବୁଟ ଡାଲି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତ ଡାଲି ବ୍ରାଣ୍ଡ ଜରିଆରେ ସରକାର କିଲୋ ପ୍ରତି ୬୦ ଟଙ୍କା ମୂଲ୍ୟରେ ଉପଭୋକ୍ତାଙ୍କୁ ବୁଟ ଡାଲି ବିକ୍ରୀ କରିବେ । ଦେଶରେ ଥିବା ୭୦୩ ନାଫେଡ୍ ଷ୍ଟୋରରେ ଏହାର ବିକ୍ରୀ ହେବ । ଏହା ବ୍ୟତିତ ଏନସିସି ଏଫ୍, କେନ୍ଦ୍ରୀୟ ଭଣ୍ଡାର ଓ ମଦର ଡାଏରୀର ସଫଳ ରିଟେଲ ଷ୍ଟୋରରେ ମଧ୍ୟ ଏହା ଉପଲବ୍ଧ ହେବ । ବଜାରରେ ଏବେ ବୁଟ ଡାଲି ୭୦ରୁ ୮୦ ଟଙ୍କା ମୂଲ୍ୟରେ ବିକ୍ରୀ ହେଉଛି ।

କେନ୍ଦ୍ର ଖାଦ୍ୟ ଏବଂ ଖାଉଟୀ ବିଭାଗ ମନ୍ତ୍ରୀ ପୀୟୁଷ ଗୋଏଲ୍ ଉପଭୋକ୍ତାଙ୍କୁ ଶସ୍ତା ଦରରେ ଡାଲି ଯୋଗାଇ ଦେବାକୁ ସୋମବାର ସବସିଡିବାଲା ଚଣା ଡାଲି ବିକ୍ରି କରିବା ଆରମ୍ଭ କରିଛନ୍ତି । “ଭାରତ ଡାଲି ‘ ବ୍ରାଣ୍ଡ ନେମ୍ ଜରିଆରେ ଏକ କିଲୋ ଡାଲି ୬୦ଟଙ୍କାରେ ବିକ୍ରୀ ହେଉଛି । ଅନ୍ୟପକ୍ଷରେ ୩୦ କିଲୋ ପ୍ୟାକ୍ ଡାଲି କିଲୋ ପ୍ରତି ୫୫ ଟଙ୍କାରେ ବିକ୍ରୀ ହେଉଛି ।
ରାଜ୍ୟ ସରକାରଙ୍କୁ ତାଙ୍କ କଲ୍ୟାଣକାରୀ ଯୋଜନା ଲାଗି, ପୋଲିସ, ଜେଲ୍ ରେ ଚାହିଦା ପୂରଣ ଲାଗି ଏବଂ ଉପଭୋକ୍ତା ସହକାରୀ ଦୋକାନ ମାଧ୍ୟମରେ କେନ୍ଦ୍ର ସରକାର ଚଣା ଡାଲି ଯୋଗାଇ ଦେଉଛନ୍ତି । ଭାରତରେ ସବୁଠାରୁ ଅଧିକ ଉତ୍ପାଦ ହେଉଥିବା ଡାଲି ଜାତୀୟ ଫସଲ ହେଉଛି ଚଣା । ଚଣା ଡାଲିର ସେବନ ଦେଶରେ ବିଭିନ୍ନ ଉପାୟରେ କରାଯାଇଥାଏ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଦେଶରେ ଡାଲିର ଦାମ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବର୍ଷକ ମଧ୍ୟରେ ହରଡ ଡାଲିର ମୂଲ୍ୟ ୩୨ ପ୍ରତିଶତ ବୃଦ୍ଧି ପାଇଛି । କେବଳ ଗତ ମାସରେ ହରଡାଲି ମୂଲ୍ୟ ୭ ପ୍ରତିଶତ ବୃଦ୍ଧି ପାଇଛି । ହରଡ ସହିତ ମୁଗ ଓ ବିରି ଡାଲିର ଦାମ୍ ବି ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.