fbpx

By Election Result 2023 : ୟୁପି, ଓଡିଶା, ମେଘାଳୟର ୪ ଟି ବିଧାନସଭା ଏବଂ ଜଲନ୍ଦର ଲୋକସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ

ନୂଆଦିଲ୍ଲୀ : ଗୋଟିଏ ଲୋକସଭା ଆସନ ଏବଂ ଦେଶର ୪ ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆଜି ଘୋଷଣା ହେବାକୁ ଯାଉଛି। ମେ ୧୦ ରେ ଉତ୍ତରପ୍ରଦେଶ, ପଞ୍ଜାବ, ଓଡିଶା ଏବଂ ମେଘାଳୟରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଶନିବାର ଅର୍ଥାତ୍ ଆଜି ଘୋଷଣା କରାଯିବ। । ଉତ୍ତରପ୍ରଦେଶର ଦୁଇଟି ବିଧାନସଭା ଆସନ ଏବଂ ମେଘାଳୟ ଏବଂ ଓଡିଶାରେ ଗୋଟିଏ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ପଞ୍ଜାବର ଜଲନ୍ଦର ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍ ଦିଆଯାଇଥିଲା। । ଭୋଟ୍ ଗଣନା ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇସାରିଛି ।
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ସମସ୍ତ ବୁଥ ସାମ୍ନାରେ ବ୍ୟାପକ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି । ଅପ୍ରିତିକର ପରିସ୍ଥତି ଉପରେ ନଜର ରଖାଯାଇଛି । ଶାନ୍ତିଶୃଙ୍ଖଳ ଭୋଟ୍ ଗଣତି ଆରମ୍ଭ ହୋଇଛି ।

Get real time updates directly on you device, subscribe now.