fbpx

ଆଲମାରୀ ସହ ଜଡ଼ିତ ଏହି ଉପାୟ କରିବା ଦ୍ୱାରା ମିଳେ ମା’ଲକ୍ଷ୍ମୀଙ୍କର କୃପା : ରହିବନି ଧନରେ କେବେ ମଧ୍ୟ ଅଭାବ

ଭୁବନେଶ୍ୱର : ଧନ ସଞ୍ଚୟ କରିବା ପାଇଁ ସମସ୍ତଙ୍କ ଇଚ୍ଛା । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସେମାନଙ୍କ ଆଲମାରୀ କେବେ ମଧ୍ୟ ଖାଲି ନହେଉ । ସେମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ସର୍ବଦା ରହିଥାଉ । କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ, ଇଚ୍ଛା ଅନୁଯାୟୀ ସଞ୍ଚୟ ହୋଇପାରେ ନାହିଁ । ଅନେକଙ୍କ ଜୀବନରେ ସବୁ ବେଳେ ଟଙ୍କାର ଅଭାବ ଲାଗି ରହିଥାଏ ଏବଂ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଯାଏ । ଏନେଇ ମନେ କରାଯାଏ ଯେ, ଏଭଳି ଅଭାବ ଲାଗି ରହିବା ପଛରେ ବାସ୍ତୁ ଦୋଷର କାରଣ ହୋଇପାରେ । ତେଣୁ ବାସ୍ତୁ ସହ ଜଡିତ କଥଅକୁ ଅଣଦେଖା କରନ୍ତୁ ନାହିଁ । ବାସ୍ତୁରେ କୁହାଯାଇଛି ଯେ , ଆଲମାରୀ ସହ ଜଡିତ କେତେକ ଉପାୟ ପାଳନ କରିବା ଦ୍ୱାରା ବିଶେଷ ଲାଭ ମିଳିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭ ମିଳେ ।

ଜାଣିନିଅନ୍ତୁ କ’ଣ ରହିଛି ଉପାୟ :

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି, ଆଲମାରୀକୁ ସର୍ବଦା ସଠିକ୍‌‌ ଦିଗରେ ରଖନ୍ତୁ। ଏହାଦ୍ୱାରା ବିଶେଷ ଲାଭ ମିଳିଥାଏ। ଆଲମାରୀ ସର୍ବଦା ଉତ୍ତର ଦିଗକୁ ଯେପରି ଖୋଲିବ ସେଥିପ୍ରତି ଧ୍ୟାନ ଦେବେ। ଉତ୍ତର ଦିଗ ଭଗବାନ କୁବେରଙ୍କ ଦିଗ ବୋଲି କୁହାଯାଏ। ଏହାସହ ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ଆଲମାରୀ କଦାପି ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ନ ଖୋଲୁଥିବ। ଏହା ଧନ ପାଇଁ ଶୁଭଙ୍କର ନୁହେଁ।

ବାସ୍ତୁ ଅନୁଯାୟୀ, ଆଲମାରୀ ଭିତରେ ଏକ ଛୋଟ ଅଇନା ନିଶ୍ଚୟ ରଖନ୍ତୁ। ଆଲମାରୀ ଖୋଲିବା ସମୟରେ ସେଥିରେ ନିଜର ଛାଇ ଦେଖାଯିବା ଶୁଭଙ୍କର ହେବା ସହ ଟଙ୍କାର ଅଭାବ ମଧ୍ୟ ଦୂରେଇ ଯାଇଥାଏ । ଆଲମାରୀ ଖୋଲିବା ସମୟରେ କଦାପି ଜୋତା କିମ୍ବା ଚପଲ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଅସନ୍ତୁଷ୍ଟ ମଧ୍ୟ ହୋଇଥାଆନ୍ତି।

ବାସ୍ତୁ ଅନୁଯାୟୀ ଆଲମାରୀକୁ କଦାପି ଖାଲି ରଖନ୍ତୁ ନାହିଁ। ଯଦି ଟଙ୍କା କିମ୍ବା ଅଧିକ ସୁନାଗହଣା ନାହିଁ ତେବେ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା ଆଲମାରୀରେ କଦାପି ଧନ ଖାଲି କିମ୍ବା ଅଭାବ ହେବ ନାହିଁ।

Get real time updates directly on you device, subscribe now.