ଶୀତଦିନେ ହାତ-ପାଦ ଝିମ୍‌ ଝିମ୍ ହେଉଥିଲେ ଖାଆନ୍ତୁ ଏହି ଖାଦ୍ୟ, ଚୁଟକିରେ ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଏହି ସମୟରେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ବିଶେଷକରି ହାତ ପାଦରେ ଯନ୍ତ୍ରଣା ସହ ଝିମଝିମ୍ ମଧ୍ ହୋଇଥାଏ । ରାତିରେ ଶୋଇବା ସମୟରେ କିମ୍ବା ଶୋଇକି ଉଠିବା ସମୟରେ ବିଶେଷକରି ଏହା ଦେଖାଯାଇଥାଏ । ଏହାକୁ ପାରାସ୍ଥେସିଆ ମଧ୍ୟ କୁହାଯାଇଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ଅବସ୍ଥାରେ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ବ୍ୟାୟାମ କରିବା ଦ୍ବାରା ସମସ୍ୟାକୁ ଦୂର କରାଯାଇପାରିବ ବୋଲି କୁହାଯାଇଛି । ବିଶେଷକରି ଭିଟାମିନ ସି, ଭିଟାମିନ ବି ଏବଂ ଭିଟାମିନ୍ ଇ ଅଭାବରୁ ହୋଇଥାଏ । ତେବେ ଭିଟାମିନ ସିର ଅଭାବକୁ ପୂରଣ କରିବା ପାଇଁ ସକାଳର ସୂର୍ଯ୍ୟକିରଣ ଜରୁରୀ ଅଟେ । ଏହା ବ୍ୟତୀତ ଡ୍ରାଏଫ୍ରୁଟ୍ସ ଖାଇବା ପାଇଁ ମଧ୍ୟ ସ୍ବାସ୍ଥ୍ୟବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଅନ୍ୟପଟେ ଯଦି ଭିଟାମିନ ବ କଥା ଦେଖିବା ତାହେଲେ ଏହାର ଅଭାବ ପୂରଣ କରିବା ପାଇଁ ଅଣ୍ଡା, ବନ୍ଧାକୋବି, ମାଂସ ଖାଇବାକୁ ହେବ । ସେହିପରି ଅଁଳା, ପାଳଙ୍ଗ, ଷ୍ଟ୍ରବେରୀ ମଧ୍ୟ ଖାଇପାରିବେ । ଯଦି ଭିଟାମି ଇ ଯୁକ୍ତ ଖାଦ୍ୟ କଥା କହିବା ତେବେ ଆଭୋକାଡୋ ସର୍ବକୃଷ୍ଟ ଅଟେ । ଅନ୍ୟପଟେ ସୂର୍ଯ୍ୟମୁଖୀ ତେଲ ମଧ୍ୟ ଖାଇପାରିବେ । ତେବେ ଏହା ପାଦ ହାତ ଝିମଝିମକୁ ରୋକିବା ପାଇଁ ସାଧାରଣ ଉପାୟ ଅଟେ । କିନ୍ତୁ ଅଧିକ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।